ବାହାର ରାଜ୍ୟର କରୋନା ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ସଜାଗ, ଗଠନ ହେଲା କରୋନା କମିଟି

Published By : Prameya-News7 Bureau | March 12, 2021 IST

ଭୁବନେଶ୍ୱର, ୧୨/୦୩: ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ନେଇଛନ୍ତି ।  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦ୍ଦେଶକ, ଆଇଏଲଏସ୍‌ ନିର୍ଦ୍ଦେଶକଙ୍କୁ ନେଇ କମିଟି ଗଠିନ ହୋଇଛି । ପଡ଼ୋଶୀ ଓ ବାହାର ରାଜ୍ୟର ପ୍ରଭାବ ଯେଉଁ ଭଳି ଓଡ଼ିଶା ଉପରେ ନପଡ଼ିବ ସେନେଇ ପଦକ୍ଷେପ ନେବ ଏହି କମିଟି ।

ଆସନ୍ତା ସୋମବାର ଠାରୁ ରାଜ୍ୟରେ ଦୈନିକ ଟିକାକରଣ ୧ଲକ୍ଷରେ ପହଞ୍ଚିବ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସେହିଭଳି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ପଞ୍ଜାବ ଓ ଗୁଜରାଟ ଭଳି ୫ଟି ରାଜ୍ୟରୁ ଓଡ଼ିଶା ଆସିବାକୁ ହେଲେ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ ।

ଓଡ଼ିଶା ବିମାନବନ୍ଦରରେ ପହଞ୍ଚିବା ପରେ ଏସବୁ ରାଜ୍ୟରୁ ଆସିଥିବା ଲୋକଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବାହାର ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ଥିବାରୁ ଯେଭଳି ସଂକ୍ରମଣ ନବଢ଼େ ସେଥି ପ୍ରତି ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.