Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ରାଜ୍ୟର କରୋନା ଅପଡେଟ୍‌: ଦିନକରେ ୧୩ କରୋନା ପଜିଟିଭ୍ , କେଉଁଠୁ କେତେ?

20/04/2020 at 7:59 PM

ଭୁବନେଶ୍ବର୨୦/୪: ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ପଜିଟିଭ୍ ଚିହ୍ନଟ । ସକାଳେ ଭଦ୍ରକରୁ ୫ ଜଣ ଏବଂ ବାଲେଶ୍ବରରୁ ୨ ଜଣ ଚିହ୍ନଟ ହୋଇଥିଲେ । ଦିପହରେ ଯାଜପୁରରୁ ୫ ଜଣ ଏବଂ ସୁନ୍ଦରଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହୋଇଛି ।  ବାଲେଶ୍ବର ଧରମପୁର ଅଞ୍ଚଳରେ ଜଣେ ୨ ବର୍ଷର ଶିଶୁ କନ୍ୟା କରୋନା ଆକ୍ରାନ୍ତ ହେବା  ଚିନ୍ତା ବଢାଇଛି

ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ପଜିଟିଭ୍ ଚିହ୍ନଟ ଭଦ୍ରକରେ ୫, ଯାଜପୁରରେ ୫, ବାଲେଶ୍ବରରେ ୨ ଏବଂ ସୁନ୍ଦରଗଡର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଗତ ୪-୫ ଦିନରେ କରୋନା ଚିହ୍ନଟଙ୍କ ସଂଖ୍ୟା କମିଆସିଥିବା ବେଳେ ଆଜି ହଠାତ ଦିନକରେ ଏତେ ସଂଖ୍ୟାରେ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି। ପୂର୍ବରୁ ଗତ ୫ ତାରିଖରେ ରାଜ୍ୟରେ ସର୍ବାଧିକ ୧୮ ଜଣ ପଜିଟିଭ୍ ବାହାରିଥିଲେ । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହୋଇଛି । 

ଚିନ୍ତାର ବିଷୟ ହୋଇଛି ଆଜି ରାଜ୍ୟର ଏକ ୨ ବର୍ଷର ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ଧରମପୁର ଅଞ୍ଚଳରେ ଏତେ ଛୋଟ ପିଲା କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲା ତାହା ଜାଣିବା ଲାଗି କଂଟାକ୍ଟ ଟ୍ରେସିଂ କରୁଛି ଜିଲ୍ଲା ପ୍ରଶାସନ । ଏହି ଝିଅର ଙ୍କ ବାପା ହାଇଦ୍ରାବାଦ ରୁ ଘରକୁ ଆସିଥିଲେ। ମା ମଧ୍ୟ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦଦ୍ୟ। ଗତ ୬ ତାରିଖରେ ଶିଶୁକନ୍ୟାର ଦେହ ଖରାପ ହେବାରୁ ସେ ଡାକ୍ତରଖାନା କୁ ଯାଇଥିଲେ । ଥଣ୍ଡା ନଛାଡିବାରୁ ସେ ପୁଣି ୧୬ ତାରିଖ ଦିନ ଯିବାପରେ ରକ୍ତନମୁନା ପରୀକ୍ଷା କରିବାକୁ ଦେଇଥିଲେ। ସେହିଦିନ ମୋଟ ୧୬ ଜଣଙ୍କର ରକ୍ତ କରୋନା ପାଇଁ ପଠାଯାଇଥିଲା। ଗତକାଲି ରିପୋର୍ଟ ଆସିବା ତାଙ୍କୁ କରୋନା ସଂକ୍ରମିତ ହୋଇଥିବା କଣାପଡିଥିଲା। ନୀଳଗିରି ଉପଜିଲ୍ଲାପାଳ , ତହସିଲଦାର ଓ ବରମପୁର ଥାନାଧିକାରୀ,ବିଡ଼ିଓ, ସ୍ୱାସ୍ଥ୍ୟ କର୍ମୀ ପହଂଚି ଗାଁକୁ ସିଲ କରିଦେଇଥିଲେ।ପରେ ବାଲେଶ୍ଵର ଜିଲ୍ଲାପାଳ ,ଏଡିଏମ ପହଂଚିବାପରେ ଧରମପୁର ପଂଚାୟତ ର ୯,୧୦,୧୧ ନମ୍ବର ୱାର୍ଡ କୁ କଣ୍ଟେଣ୍ଟମେଣ୍ଟ ଘୋଷଣା କରିଥିଲେ ବାଲେଶ୍ବର ଜିଲ୍ଲାର ଅନ୍ୟ ଆକ୍ରାନ୍ତ ଜଣେ ୩୨ ବର୍ଷର ଯୁବକ । 

ଭଦ୍ରକର ୫ ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁରର ୩ ଜଣ ଏବଂ ଭଣ୍ଡାରିପୋଖରୀରର ୨ ଜଣ । ସମସ୍ତେ ପୁରୁଷ । ଏମାନେ କୋଲକାତାରୁ କିପରି ଫେରିଥିଲେ ସେ ସବୁ ତଥ୍ୟ ଦେଇଛି ଜିଲ୍ଳା ପ୍ରଶାସନ । ଏମାନେ ସମସ୍ତେ ଭିନ୍ନ ଭିନ୍ନ ତାରିଖରେ ଅଲଗା ଅଲଗା ଗାଡ଼ିରେ ପଶ୍ଚିମବଙ୍ଗରୁ ଫେରିଥିଲେ  ୫ ଆକ୍ରାନ୍ତ ଚିହ୍ନଟ ପରେ ବାସୁଦେବପୁରର ୩ ଓଭଣ୍ଡାରିପୋଖରୀରର ୨ଟି ପଞ୍ଚାୟତଙ୍କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ୨ ଜଣ ସୁସ୍ଥ ହୋଇସାରିଛନ୍ତି ।

ସେହିପରି ଯାଜପୁରରେ ଆଜି ଚିହ୍ନଟ ହୋଇଛନ୍ତି ୫ ଆକ୍ରାନ୍ତ । ଯାଜପୁର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ କରୋନା ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ କୋରେଇ ବ୍ଲକର ମକନ୍ଦପୁରରେ ଜଣେ, ଯାଜପୁର ସଦର ବ୍ଲକର ବେହେରା ପଟଣା, ମାର୍କଣ୍ଡପୁରର ଜଳପୁର ଏବଂ ବାସୁଦେବପୁର ମିଶାଇ ମୋଟ୍ ୩ ଜଣ ଏବଂ ଦଶରଥପୁର ବ୍ଲକର ବିରଜାପୁରରେ ଜଣେ ରହିଛନ୍ତି। ଏହି ପାଞ୍ଚ ଜଣ ଗତ ୨୮/୨୯ ତାରିଖ ଭିତରେ କୋଲକାତାରୁ ଫେରିଥିଲେ।। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ ଏହି ୫ ଜଣ ଗତ ୨୮ ଓ ୨୯ ତାରିଖରେ କୋଲକତାରୁ ଫେରିଥିଲେ ।  ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହୋଇଛି । ଭଦ୍ରକରେ ଚିହ୍ନଟ ପଜିଟିଭ୍ ଙ୍କ ସଂସ୍ପର୍ଶରେ  ଯାଜପୁରର କିଛି ଲୋକ ଆସିଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ । ଏହି ଆକ୍ରାନ୍ତ ମାନେ ଗତ ୩୦ ତାରିଖରେ କୋଲକାତାରୁ ଆସି ଯାଜପୁର ଜିଲ୍ଲା ଷଠିପୁରରେ ଓହ୍ଲାଇଥିଲେ । ସେମାନଙ୍କ ସଂସ୍ପର୍ଶରେ ଯଦି କେହି ଆସିଥାନ୍ତି ତେବେ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ଯାଜପୁର ଜିଲ୍ଲାପାଳ କହିଛନ୍ତି । ସେପଟେ ଅନ୍ୟ ରୋଗୀ ଆଜି ଚିହ୍ନଟ ହୋଇଛନ୍ତି. ସୁନ୍ଦରଗଡ଼ରୁ। ସେମଧ୍ୟ ବିଶ୍ରା ଅଞ୍ଚଳର ବୋଲି ଜଣା ପଡ଼ିଛି।  

ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସବୁଠାରୁ ଗୁରୁପୂର୍ଣ୍ଣ କଥା ହେଉଛି ଭଦ୍ରକ ଏବଂ ଯାଜପୁରର ସମସ୍ତ ୧୦ ଆକ୍ରାନ୍ତ କୋଲକାତା ଫେରନ୍ତା । ଏହାସହ ବାଲେଶ୍ବରରେ ଆଜି ଯେଉଁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୨ ବର୍ଷର ଶିଶୁ କନ୍ୟା । ଯାହା ପ୍ରଶାସନର ଚିନ୍ତା ବଢାଇଛି ।

   Related Posts