Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଝରଣୀ ଗାଁରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା, ମମିତାଙ୍କ ପରିବାରକୁ ଭେଟିଲେ ୪ଜଣିଆ ଟିମ୍

23/10/2021 at 10:29 AM

କଣ୍ଟାବାଞ୍ଜି ୨୩।୧୦: କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ମମିତାଙ୍କ ଗାଁ ଝରଣୀରେ ପହଞ୍ଚିଛନ୍ତି । ମମିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ସହ ୪ ଜଣିଆ ଟିମ୍ ।

ଶୁକ୍ରବାର ମହିଳା ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ବଲାଙ୍ଗୀର ଯାଇଥିଲେ। ସେଠାରେ ବଲାଙ୍ଗୀର ଏସ୍‌ପି କୁଶଲକର ନିତିନ ଦଗୁଡୁଙ୍କୁ ଭେଟି ମାମଲାର ତଦନ୍ତ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ବୈଠକରେ ଖୁବ୍‌ଶୀଘ୍ର ମାମଲାର ସବିଶେଷ ରିପୋର୍ଟ ଦାଖଲ କରିବେ ବୋଲି ଆୟୋଗ ଅଧ୍ୟକ୍ଷାଙ୍କୁ ବଲାଙ୍ଗୀର ଏସ୍‌ପି କହିଛନ୍ତି ।

ମମିତାଙ୍କ ପରିବାରକୁ ଭେଟିବା ପରେ କଳାହାଣ୍ଡି ଜିଲ୍ଲାକୁ ଯାଇ ଏସ୍‌ପିଙ୍କୁ ଭେଟି ପରିବାର ଲୋକଙ୍କ ସୁରକ୍ଷାର ବନ୍ଦୋବସ୍ତ ସମ୍ପର୍କରେ ପଚାରି ବୁଝିବେ । ସେଠାରୁ ମୃତଦେହ ମିଳିଥିବା କଳାହାଣ୍ଡି ମହାଲିଙ୍ଗ୍ ଷ୍ଟାଡିୟମ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଅପରାଧ ସ୍ଥଳ ପରିଦର୍ଶନ ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯିବ । ସେଠାରେ ଜିଲ୍ଲାପାଳ, ଏସ୍‌ପିଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ଟିମ୍‌ରେ ମହିଳା ଆୟୋଗର ଅତିରିକ୍ତ ଏସପି ବିଜୟ ବାରୁଆ, ଇନ୍ସପେକ୍ଟର ସସ୍ମିତା ଦାସ, ଆଇନଗତ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ସାମିଲ୍ ଅଛନ୍ତି ।

   Related Posts