Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ

26/05/2018 at 6:00 AM

ଆଜି ରାଜ୍ୟ କ୍ୟାବିନେଟ । ସନ୍ଧ୍ୟା ୬.୪୫ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଅନୁଗୋଳ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ା ଜିଲା ପାଇଁ ସରକାର ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରିବେ। ୪୩୨ କୋଟି ଟଙ୍କା ବ୍ୟୟରେ କରାଯିବାକୁ ଥିବା ଏହି ପାନୀୟଜଳ ପ୍ରକଳ୍ପ ସଂକ୍ରାନ୍ତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ସେହିପରି ହୀରାକୁଦର ତଳମୁଣ୍ଡରେ ଜଳସମ୍ପଦ ବିଭାଗ ୩୬୯ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଛି। ଏସଂକ୍ରାନ୍ତ ପ୍ରସ୍ତାବ ସମେତ କ୍ୟାବିନେଟ ମଞ୍ଜୁରି ପାଇଁ ଆଇନ, ଇସ୍ପାତ ଓ ଖଣି, ସଂସଦୀୟ ବ୍ୟାପାର ଏବଂ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବ ରହିଛି।

Leave a Reply

   Related Posts