୧୪ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର : ବସୁଧା ଯୋଜନାରେ ୩ଟି ପାନୀୟଜଳ ପ୍ରକଳ୍ପ ,କଳାହାଣ୍ଡି ନର୍ଲାରେ ଇଲେକ୍ଟ୍ରି ଲୋକୋମୋଟିଭ ୱାଗନ୍ ୱାର୍କସପ୍ ପାଇଁ ଜମି ଯୋଗାଣ ନେଇ ରାଜସ୍ବ ବିଭାଗର ପ୍ରସ୍ତାବ ପାସ୍

Published By : Prameya-News7 Bureau | July 28, 2019 IST

ଭୁବନେଶ୍ବର ୨୮/୭: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ୍ ୧୪ଟି ପ୍ରସ୍ତାବକୁ  ମଞ୍ଜୁରୀ  ମିଳିଛି  ।  ପଞ୍ଚାୟତିରାଜ ବିଭାଗର ବସୁଧା ଯୋଜନାରେ  ୩ଟି ପାନୀୟଜଳ ପ୍ରକଳ୍ପ ପୁରୀ,ଝାରସୁଗୁଡା  ଓ  ନବରଙ୍ଗପୁରରେ ନିର୍ମାଣ ହେବ ।  ରାଜ୍ୟରେ ରେଳକ୍ଷେତ୍ରକୁ ଅଧିକ ବିକଶିତ କରିବାକୁ  ରେଲୱେ ଜମି ଅଧିଗ୍ରହଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।  କଳାହାଣ୍ଡି  ନର୍ଲା ଠାରେ ଇଲେକ୍ଟ୍ରି ଲୋକୋ ମୋଟିଭି  ୱାଗନ ୱାର୍କସପ୍  ପାଇଁ  ୧୧୪ ଏକର ଜମି ଯୋଗାଇବା ପ୍ରସ୍ତାବରେ ଉପରେ କ୍ୟାବିନେଟର ମୋହର ।

  ଅନ୍ୟ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ନେଇ ରାଜସ୍ବ ବିଭାଗର ୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।  ଗଞ୍ଜାମ  କନିଷି ସ୍ଥିତ ସୀତାପଲ୍ଲୀ  ଠାରେ ୪୩ ଏକର ୫୦ଡିସିମିଲି  ସରକାରୀ  ଜମିଉପରେ ଟାଟାଷ୍ଟିଲ୍ ପ୍ରୋଜେକ୍ଟ ଲାଗି ଲିଜ୍ ଦିଆଯିବା ପ୍ରସ୍ତାବ ପାରିତ ହୋଇଛି । ଟାଟା ଷ୍ଟିଲ୍ ସୀତାପଲ୍ଲୀ ସ୍ଥିତ  ଯାଗାରେ   ଏକ ମଲଟି ସୁପରସ୍ପେସାଲିଷ୍ଟ ହସ୍ପିଟାଲ୍ ନିର୍ମାଣ କରିବ ।  ସେହିପରି ଏସିଆନ୍ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ ବା ଏଏସବିଏମ କୁ ଡିମଡ ବିଶ୍ବ ବିଦ୍ୟାଳୟରେ ପରିଣତ କରିବା, ସମ୍ବଲପୁରରରେ ଓପନ୍ ୟୁନିଭରସିଟି ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି । ରାଜ୍ୟରେ  ବାଲି,ଗୋଡି ,ମୋରମ ଚୋରାଚାଲଣ ରୋକିବାକୁ   ସ୍ବତନ୍ତ୍ର ଲଘୁ ଖଣିଜ ନିର୍ଦ୍ଦେଶାଳୟ ଖୋଲାଯିବ ।  ପୁରୀ ଶଙ୍କରା ଚାର୍ଯ୍ୟଙ୍କ  ମଠକୁ ଫେରିବ ୩.୭୮ ଏକର ଜମି । ଏଭଳି ମୋଟ୍  ୧୪ଟି ପ୍ରସ୍ତାବକୁ  ମିଳିଛି କ୍ୟାବିନେଟ୍   ମଞ୍ଜୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.