ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Published By : Prameya-News7 Bureau | May 10, 2021 IST

ଭୁବନେଶ୍ୱର, ୧୦/୦୫: ରାଜ୍ୟରେ ଟିକା ଅଭାବକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏ ନେଇ ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସାରା ବିଶ୍ୱର କମ୍ପାନୀମାନଙ୍କ ଠାରୁ ରାଜ୍ୟ ସରକାର ଟିକା କିଣିବା ନେଇ ନିଷ୍ପତ୍ତି ଉପରେ ମୋହର ଲାଗିଛି ।

ସରକାର ଟିକା କିଣିବା ପାଇଁ ଗ୍ଲୋବାଲ୍‌ ଟେଣ୍ଡର କରିବାକୁ ଏହି ବୈଠକରେ ଆଲୋଚନା ହେବା ସହ ଏହାକୁ ଖୁବ୍‌ ଶିଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜଣା ପଡ଼ିଛି । ସାରା ବିଶ୍ୱରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଟିକା ସରକାର କିଣିବେ । ଟିକା ସମସ୍ୟା ଦୂର କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.