Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପୁରୁଣା ହାରରେ ଦରମା ପାଉଥିବା ସରକାରୀ ଓ ଅନୁଦାନପ୍ରାପ୍ତ ଅଧ୍ୟାପକ ଏଥର ୟୁଜିସି ହାରରେ ପାଇବେ ପୂର୍ଣ୍ଣ ଦରମା

29/12/2018 at 6:17 PM

ଭୁବନେଶ୍ୱର ୨୯/୧୨ : ରାଜ୍ୟ କ୍ୟାବିନେଟ ଆଜି ୧୨ଟି ପ୍ରସ୍ତାବ ଉପରେ ମୋହର ମାରିଛି | ଏଠି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ହେଲା ପୁରୁଣା ହାରରେ ଦରମା ପାଉଥିବା ସରକାରୀ ଓ ଅନୁଦାନ ପ୍ରାପ୍ତ ଅଧ୍ୟାପକଙ୍କୁ ୟୁଜିସି ହାରରେ ପୂର୍ଣ୍ଣ ଦରମା ପ୍ରଦାନ ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି | ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ, ମେଡିକାଲ କଲେଜ ଅଧ୍ୟାପକଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବ |

ସେହିଭଳି ନିକଟରେ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଘୋଷଣା କରିଥିବା କାଳିଆ ଯୋଜନା ଲାଗି ପାଣ୍ଠି ନିମନ୍ତେ ଅଧ୍ୟାଦେଶ ଆସିବା ବୋଲି ନିଷ୍ପତ୍ତି ହୋଇଛି | ଅପରପକ୍ଷରେ ଓଡିଶା କଣ୍ଟିଜେନ୍ସି ଫଣ୍ଡକୁ ୪୨୦ କୋଟି ଟଙ୍କାରୁ ୧୬୦୦ କୋଟିକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି | ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା |

   Related Posts