ରାଜ୍ୟ ବଜେଟ୍ ୨୦୨୧-୨୨: ରାଜସ୍ଵ ହ୍ରାସ ଚ୍ୟାଲେଞ୍ଜର ମୁକାବିଲାକୁ ଫୋକସ୍, କ'ଣ ରହିଛି ଅର୍ଥ ମନ୍ତ୍ରୀ ପୂଜାରୀଙ୍କ ବଜେଟ୍‌ ନେଣ-ଦେଣ ହିସାବ, କାହାକୁ କେତେ ?

Published By : Prameya-News7 Bureau | February 22, 2021 IST

ଭୁବନେଶ୍ଵର ୨୨।୦୨: ଆର୍ଥିକ ବର୍ଷ ୨୦୨୧ -୨୦୨୨ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ। ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟରେ ରାଜ୍ୟ ସରକାର ଏଥର ସ୍ବାସ୍ଥ୍ୟ, ଶିକ୍ଷା, ଗ୍ରାମାଞ୍ଚଳର ଆୟ, ଏସସିଏସଟିଙ୍କ ବିକାଶ ଉପରେ ଗୁରୁତ୍ଵ ଦେଇଛନ୍ତି। ବିଶେଷ କରି କରୋନା ସମୟରେ ରାଜ୍ୟର ରାଜସ୍ଵ ହ୍ରାସ ପାଇଥିବାରୁ ସ୍ଥିତିରେ ସୁଧାର ଆଣିବା ଉପରେ ଫୋକସ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ।

୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍। ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି।  କରୋନା ପୀଡ଼ିତ ଆର୍ଥିକ ଅବସ୍ଥାର ନିଅଣ୍ଟ ଭରଣା କରିବା ପାଇଁ ରାଜ୍ୟ ସରକାର ୧୮ ହଜାର ୪୬୫ କୋଟି ଟଙ୍କା ଋଣ କରିବାକୁ ଯୋଜନା ରଖିଛନ୍ତି।  ଲକ୍ଷେ ୭୦ ହଜାରର ଏହି ଆୟ ବ୍ୟୟ ହିସାବରେ ରାଜ୍ୟ ସରକାର ନିଜସ୍ବ ଟିକସ ବାବଦକୁ ୩୭ ହଜାର ୫ଶହ କୋଟି ଟଙ୍କା ପାଇବେ। ଅଣ ଟିକସ ରାଜସ୍ବ ବାବଦରେ ୨୦ ହଜାର କୋଟି ଟଙ୍କା ମିଳିବାର ଆକଳନ କରିଛନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବଦକୁ ମିଳିବ ୩୦ ହଜାର ୧୩୭ କୋଟି ଟଙ୍କା।

ପ୍ରଶାସନିକ ବ୍ୟୟ ବରାଦ

ଜିଏସଟି କ୍ଷତି ଭରଣା ଓ କେନ୍ଦ୍ରୀୟ ଅନୁଦାନରୁ ୩୭ ହଜାର ୯୬୩ କୋଟି ଟଙ୍କା ମିଳିବ। ଏଥିରେ ପ୍ରଶାସନିକ ବ୍ୟୟ ବାବଦରେ ୮୫ ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ୭୫ ହଜାର କୋଟି,  ବିପର୍ଯ୍ୟୟ ପ୍ରଶମନ ଖର୍ଚ୍ଚ ୩ ହଜାର ୫୦ କୋଟି ଏବଂ ସ୍ଥାନୀୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ୬ ହଜାର ୯ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

କୃଷି

ପ୍ରଥମେ କୃଷି ବଜେଟ ଆଣିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି କ୍ଷେତ୍ର ପାଇଁ ୧୭ ହଜାର ୪୬୮ କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ କାଳିଆ ଯୋଜନାରେ ୧ ହଜାର ୮ଶହ କୋଟି, ଉଦ୍ୟାନ କୃଷି ମିଶନ ପାଇଁ ୧୩୨ କୋଟି ଖର୍ଚ୍ଚ  ବ୍ୟୟ ବରାଦ ହୋଇଛି।

ମଧୁବାବୁ ପେନସନ ଯୋଜନା

ମଧୁବାବୁ  ପେନସନ ଯୋଜନା ପାଇଁ ୧ ହଜାର ୫ ଶହ ୯କୋଟି । ଜାତୀୟ ସାମାଜିକ ସହାୟତା ଯୋଜନା ପାଇଁ ୯୨୩ କୋଟି। ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ ପାଇଁ ୧ ଶହ ୫କୋଟି । ଗୁଣାତ୍ମକ ଆବାସିକ ସହାୟତା ପାଇଁ ୧୩୩ କୋଟି। 

୧୦ ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟ୍ରକଚର କମ୍ପଲେକ୍ସ

୧୦ ଜିଲ୍ଲାରେ ହେବ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟ୍ରକଚର କମ୍ପଲେକ୍ସ। ଓଡ଼ିଶା ସମନ୍ବିତ ପରିମଳ ଉନ୍ନୟନ ପ୍ରକଳ୍ପ ପାଇଁ ୩୯୫ କୋଟି।  ସ୍ବଚ୍ଛ ଭାରତ ମିଶନରେ ଗ୍ରାମାଞ୍ଚଳ ପାଇଁ ୨ଶହ କୋଟି। ସହରାଞ୍ଚଳ ପାଇଁ ୨ଶହ ୧୫ କୋଟି ପ୍ରସ୍ତାବ।

ଅବଢା

ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ଟଙ୍କା।  ଏକାମ୍ର ଯୋଜନା ପାଇଁ ୨ ଶହ କୋଟି। ସମଲେଇ ଯୋଜନା ପାଇଁ ୨ ଶହ କୋଟି। ଓଏଚପିସିରେ ନିବେଶ ହେବ ୫ଶହ କୋଟି।  ଓପିଟିସିଏଲ ଅଂଶଧନ ସହାୟତା ବାବଦରେ ୩୩୨ କୋଟି ଖର୍ଚ୍ଚ ହେବ।

ସ୍ଵାସ୍ଥ୍ୟ

ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟବରଦ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୧ହଜାର ୫୭୨ କୋଟି।  ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୧ହଜାର ୭୫୫ କୋଟି। SCBକୁ ଏମସ ପ୍ଲସ କରିବା ପାଇଁ ୩ ହଜାର ୫ଶହ କୋଟି ଟଙ୍କା ବ୍ୟୟ ହେବ। ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା ଆରମ୍ଭ କରାଯାଇଛି । ଏଥି ପାଇଁ ମୋଟ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପାନୀୟ  ଜଳ ଯୋଗାଣ

ପାନୀୟ ଜଳ ଯୋଗାଣ ପାଇଁ ୧୨ ହଜାର କୋଟି। ବସୁଧା ଯୋଜନା ପାଇଁ ୨ ହଜାର ୪୧୯ କୋଟି । ଜଳ ଜୀବନ ମିଶନ ପାଇଁ ୬ ହଜାର ୩ ଶହ କୋଟି।

କଟକ ବସ ଟର୍ମିନାଲ ଓ ବ୍ଲକସ୍ତରୀୟ ବସଷ୍ଟାଣ୍ଡ

କଟକ ବସ ଟର୍ମିନାଲ ଓ ବ୍ଲକ ସ୍ତରୀୟ ବସଷ୍ଟାଣ୍ଡ ପାଇଁ ଶହେ କୋଟି।  ଏୟାରଷ୍ଟ୍ରିପ ନବୀକରଣ ପାଇଁ ଶହେ କୋଟି। ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟ ବରାଦ।  ବିଧାୟକଙ୍କ ପାଣ୍ଠି ପାଇଁ ୪୪୧ କୋଟି।  ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୧୮୦ କୋଟି ବ୍ୟୟ ବରାଦ ହୋଇଛି।

ପକ୍କା ଘର ଓ ଟଙ୍କିକିଆ ଚାଉଳ

ଓଡ଼ିଶା ଭାଷା, ସଂସ୍କୃତି ଓ ଐତିହ୍ୟ ପାଇଁ ୧୩୫ କୋଟି। ପଞ୍ଚାୟତି ରାଜ ପାଇଁ ୬,୯୫୦ କୋଟି। ଟଙ୍କିକିଆ ଚାଉଳ ପାଇଁ ୯୬୯ କୋଟି ଖର୍ଚ୍ଚ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ଶିକ୍ଷା ଓ ଦକ୍ଷତା ବିକାଶ

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୪,୩୭୦ କୋଟି ।  ଆଦର୍ଶ ବିଦ୍ୟାଳୟ ପାଇଁ ୨୮୦ କୋଟି। ୫ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ୩ହଜାର କୋଟି ଖର୍ଚ୍ଚ ହେବ।

ପାଇପ ପାଣି ଓ ଅନୁସୂଚିତ ଜାତି ଓ ଜନଜାତି

୮ ଖଣିଜ ସଂପଦ ଜିଲ୍ଲାରେ ପାଇପ ପାଣି ପାଇଁ ୮ହଜାର ୧୬୫ କୋଟି।  ସହରାଞ୍ଚଳ ସ୍ବେରେଜ ପାଇଁ ୧୬୦ କୋଟି।  ଅର୍ବାନ ସାନିଟେସନ ପାଇଁ ୧୯୦ କୋଟି ବ୍ୟୟ ବରାଦ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପାଇଁ ୨୯ ହଜାର ୬୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସଡକ

ସଡକ ବିକାଶ ଯୋଜନାରେ ୨ହଜାର ୨ଶହ ୯୬ କୋଟି। ବିଜୁ ସେତୁ ଯୋଜନାରେ ୯ଶହ୧୨ କୋଟି। 

ମୋ ସ୍କୁଲ ଓ ମମତା ଯୋଜନା

ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ୨୫୩ କୋଟି।   ମମତା ଯୋଜନା ୨ ହଜାର ୧୨୨ କୋଟି। ଏବଂ ଓଡ଼ିଶା ଚଳଚ୍ଚିତ୍ର ନିଗମ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟରେ ବ୍ୟୟବରାଦ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.