Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ, ପୌର ଓ ପଞ୍ଚାୟତ ନିର୍ବାଚନକୁ ଫୋକସ୍‌

18/07/2021 at 8:47 PM

ଭୁବନେଶ୍ୱର, ୧୮/୦୭: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ମହିଳା ମୋର୍ଚ୍ଚା ପକ୍ଷରୁ ୧୨ଟି ରାଜନୈତିକ ପ୍ରସ୍ତାବ ଆଗତ କରାଯାଇଥିଲା । କାର୍ଯ୍ୟକାରିଣୀ ବୈଠକର ଫୋକସରେ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ । ଆଗାମୀ  ପୌର ଓ ପଂଚାୟତ ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କୁ ପ୍ରାଥି କରିବ ବିଜେପି । ଏଥିରେ ଏସଏଚଜିଗ୍ରୁପର ଉତ୍ପାଦର ମାର୍କେଟିଂକୁ ପ୍ରସଙ୍ଗ କରି ମହିଳା ମାନଙ୍କ ପଖରେ ପହଞ୍ଚିବ ବିଜେପି । ଏହା ସହ ରାଜ୍ୟରେ ମହିଳାଙ୍କ ସ୍ଥିତି, ପରିସ୍ଥିତି ଓ ଅବସ୍ଥିତି ବିଷୟରେ ଆଲୋଚନା ହୋଇଥଲା ।

ମହିଳା ସୁରକ୍ଷା, ସମ୍ମାନ, ସଶକ୍ତିକରଣ କେବଳ ନାକୁ ମାତ୍ର, ବହିରେ ପ୍ରିଣ୍ଟ ଭଳି କିନ୍ତୁ ମହିଳାଙ୍କ ସ୍ଥିତି ଭଲ ନାହିଁ ବୋଲି ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତିକରଣ ବଦଳରେ ଋଣ ଓ  ଶୁଦ୍ଧ ବେପାରରେ ବହୁ ପ୍ରୋତ୍ସାହନ ଦେଉଛନ୍ତି । କେନ୍ଦ୍ର ସରକାର ୧୨ ହଜାର ଟଙ୍କାରେ ପାଇଖାନା ଯୋଗାଇ ଦେଉଥିବା ବେଳେ ମହିଳା ମାନେ କାହିଁକି ଏବେବି ବାହାରକୁ ଯାଉଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।

ଚୋରା ମଦ, ଧଳା ଜହର ବିକୁଥିବା ଲୋକଙ୍କୁ ପୁରସ୍କାର ଦେଉଛନ୍ତି ସରକାର । ଅନ୍ୟପଟେ ମଦ ପାଇଁ ପରିବାର ଉଜୁଡ଼ି ଯାଉଛି । ରାଜ୍ୟରେ ମହିଳା ଅସୁରକ୍ଷିତ । କେନ୍ଦ୍ରର ପୋଷଣ ଯୋଜନା କାମରେ ଲାଗୁ ନାହିଁ । ସବୁ କଥାକୁ ଦୃଢ଼ ନିନ୍ଦା କରୁଛି ବୋଲି ବିଜେପି ସଭାନେତ୍ରୀ କହିଛନ୍ତି । ସେଥିପାଇଁ ରାସ୍ତାକୁ ଓହ୍ଲେଇବ ବିଜେପି ମହିଳା ମୋର୍ଚ୍ଚା । ଏହାଛଡା ଲେଖାଶ୍ରୀଙ୍କ ବିରୁଦ୍ଧରେ ସୋସିଆଲ ମିଡ଼ିଆ ହେଉଥିବା ଖରାପ ଚର୍ଚ୍ଚାକୁକୁ ନିନ୍ଦା କରିଛି ମହିଳା ମୋର୍ଚ୍ଚା ।

   Related Posts