ଆସନ୍ତା ୨୩ରେ ବସିବ ରାଜ୍ୟ ବିଜେପିର ବିଧାୟକ ଦଳ ବୈଠକ
21/06/2019 at 4:54 PM

ଭୁବନେଶ୍ବର ୨୧|୬: ଆସନ୍ତା ୨୩ରେ ବସିବ ରାଜ୍ୟ ବିଜେପିର ବିଧାୟକ ଦଳ ବୈଠକ । ଏହି ବୈଠକରେ ବିରୋଧୀ ଦଳ ନେତା ଚୟନ ହେବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସାଂସଦ ସରୋଜ ପାଣ୍ଡେ ବୈଠକରେ ଉପସ୍ଥିତ ରହିବେ ବୋଲି ଦଳୀୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ଜୁନ୍ ୨୫ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ତେବେ ବିରୋଧୀ ଦଳ ନେତା ରେସରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଭବାନୀପାଟଣାର ବିଧାୟକ ପ୍ରଦୀପ୍ତ ନାଏକଙ୍କ ନାଁ ରହିଛି । ସେହିଭଳି କେନ୍ଦୁଝର ବିଧାୟକ ମୋହନ ମାଝୀ ଓ ଦାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନାଁ ବି ଚର୍ଚ୍ଚା ହୋଇପାରେ ।
Related Posts
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021