ବିଜେପି କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିଲେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ, କହିଲେ- ବ୍ୟକ୍ତିଗତ ଆକ୍ଷେପ କରନି, ରାଜ୍ୟ ସରକାରଙ୍କ ଦୁର୍ନୀତିର କାନଧର

Published By : Prameya-News7 Bureau | December 11, 2020 IST

ଭୁବନେଶ୍ଵର ୧୧।୧୨: ବିଜେପି କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିଲେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ। ପ୍ରଥମ ବୈଠକରୁ କର୍ମୀଙ୍କୁ ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜଭୁତ କରିବା ପାଇଁ ଟାର୍ଗେଟ ଦେଲେ ପ୍ରଭାରୀ । ବୁଥ କମିଟି ଗଠନ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ଲୋକଙ୍କ ପାଖଙ୍କୁ ଯିବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ପୁରନ୍ଦେଶ୍ବରୀଙ୍କ ଓଡ଼ିଶା ପ୍ଲାନ। ବ୍ୟକ୍ତିଗତ ଆକ୍ଷେପ କରନି। ରାଜ୍ୟ ସରକାରଙ୍କ ଦୁର୍ନୀତିର କାନଧର। କର୍ମୀଙ୍କ କାନରେ ଏମିତି ମନ୍ତ୍ର ଫୁଙ୍କିଛନ୍ତି ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ। ଆଜି ପୁରନ୍ଦେଶ୍ବରୀ  ଜିଲ୍ଲା ସଭାପତି, ପ୍ରଭାରୀ, ବିଧାୟକ, ସାଂସଦ ଏବଂ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ବୈଠକ ନେଇଛନ୍ତି। ଚାରୋଟି ପ୍ରର୍ଯ୍ୟାୟରେ ଏହି ବୈଠକ ବସିଥିଲା। ବୈଠକରେ ପୁରନ୍ଦେଶ୍ବରୀ ସିଧା ସଳଖ ତୃଣମୂଳ ସ୍ତରରୁ ସଂଙ୍ଗଠନ ମଜବୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ବୁଥରେ ୨୫ ଜଣଙ୍କୁ ନେଇ ତୁରନ୍ତ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପୌର ଓ ପାଞ୍ଚାୟତ ନିର୍ବାଚନ ଥିବାରୁ ସବୁ ବର୍ଗର ଲୋକଙ୍କୁ ଦଳ ସହିତ ଯୋଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାରୀ। ବିଶେଷକରି ମହିଳା  ଭୋଟରଙ୍କୁ ଦଳ ପ୍ରତି  ଆକୃଷ୍ଟ କରିବା ପାଇଁ  କହିଛନ୍ତି। ମହିଳାଙ୍କ ପାଇଁ  ମୋଦି ସରକାର  କରିଥିବା ବିଭିନ୍ନ ଯୋଜନାକୁ  ମହିଳାଙ୍କ ପାଖରେ ପହଞ୍ଚାଇବାକୁ ସେ କହିଛନ୍ତି।  

ବିଜେପି ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ପୁରନ୍ଦେଶ୍ବରୀଙ୍କ ଏହା ଥିଲା ପ୍ରଥମ ଗସ୍ତ।   ପ୍ରଥମରୁ ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଥିବା ପୁରନ୍ଦେଶ୍ବରୀ କର୍ମୀମାନଙ୍କୁ କେତେ କ୍ରୀୟାଶୀଳ କରିପାରୁଛନ୍ତି ତାହା ଉପରେ ରହିଛି ନଜର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.