Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା: କନ୍ଧମାଳରୁ ଖାରବେଳ, ଜଟଣୀରୁ ବିଶ୍ୱରଂଜନ ବଡ଼ଜେନା

25/03/2019 at 11:08 AM

ଭୁବନେଶ୍ୱର ୨୫/୩ : ବିଜେପି ୯ଟି ବିଧାନସଭା ଏବଂ ୨ଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି | କନ୍ଧମାଳ ଲୋକସଭା ପାଇଁ ଖାରବେଳ ସ୍ୱାଇଁଙ୍କୁ ଦଳ ପ୍ରାର୍ଥୀ କରିଛି । ଉତ୍କଳଭାରତର ଆବାହାକ ଖାରବେଳ ସ୍ବାଇଁ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେହିଭଳି କଟକ ଆସନରୁ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି । ପ୍ରକାଶ ମିଶ୍ର ଗତକାଲି ବିଜେପିରେ ଯୋଗ ଦେଇଥିଲେ ।

ଆଜି ବିଜେପି ୯ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଝାରସୁଗୁଡା ବିଧାନସଭା ଆସନରୁ ଦୀନେଶ ଜୈନ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ ଧଳ, ଭଦ୍ରକରୁ ପ୍ରଦୀପ ନାୟକ, ଫୁଲବାଣୀରୁ ଦେବ ନାରାୟଣ ପ୍ରଧାନ, ପାରାଦୀପରୁ ସମ୍ପଦ ସ୍ୱାଇଁ, ଜୟଦେବରୁ ନରେନ୍ଦ୍ର ନାୟକ, ଜଟଣୀରୁ ବିଶ୍ୱରଂଜନ ବଡ଼ଜେନା ଏବଂ ବେଗୁନିଆରୁ ଋଷଭ ନନ୍ଦଙ୍କୁ ଦଳ ପ୍ରାର୍ଥୀ କରିଛି | ବେଗୁନିଆରୁ ଟିକେଟ ପାଇଥିବା ଋଷଭ ନନ୍ଦ ହେଉଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ । ଦୁଇଦିନ ତଳେ ସେ ବିଜେପିରେ ଯୋଗ ଦେଇଥିଲେ ।

   Related Posts