ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ସାକ୍ଷାତ କଲେ ଷ୍ଟେଟ ବାର କାଉନସିଲର ଏକ ଟିମ୍
30/09/2018 at 9:49 PM
କଟକ;୩୦/୦୯- ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ସାକ୍ଷାତ କଲେ ଷ୍ଟେଟ ବାର କାଉନସିଲର ଏକ ଟିମ୍ । ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ୍ ପ୍ରଧାନ ବିଚାରପତିଙ୍କୁ ଭେଟିଛି । ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସଂପର୍କରେ ଆଲୋଚନା କରିଛି ଏହି ଟିମ୍ । ଆଇନଜୀବୀମାନେ ଆନ୍ଦୋଳନରୁ ଓହରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଇନଜୀବୀମାନେ ପ୍ରଧାନ ବିଚାରପତିଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନରୁ ନ ଓହରିବା ଲାଗି ସ୍ପଷ୍ଟ ଭାବେ ଜଣାଇଥିଲେ । ତେବେ କଟକ ଜୁଡିସିଆଲ ଏକାଡେମୀର ଏକ କର୍ମଶାଳାରେ ଯୋଗଦେବାକୁ ଆଜି କଟକ ଆସିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର । ଏହି ସମୟରେ ଓଡିଶା ହାଇକୋର୍ଟ ବାର ଆସୋସିଏସନ୍,କ୍ରିମିନାଲ ବାର ଆସୋସିଏସନ୍ ଓ ସିଭିଲ ବାର ଆସୋସିଏସନ୍ ପକ୍ଷରୁ ହାଇକୋର୍ଟ ଗେଟ୍ ସମ୍ମୁଖରେ କଳା ବ୍ୟାଜ୍ ପିନ୍ଧି ଆଇନଜିବୀ ମାନେ ଆନ୍ଦୋଳନ କରିଥିଲେ । ଏହାପରେ ପରେ ରାଜ୍ୟ ବାର କାଉନସିଲ୍ ର ଟିମ୍ ପ୍ରଧାନବିଚାରପତିଙ୍କୁ ଭେଟିଛି । ଏହି ଆଲୋଚନାରୁ ଆଇଜୀବୀଙ୍କ ଆନ୍ଦୋଳନର କିଛି ସମାଧାନସୂତ୍ର ବାହାରିବା ସମ୍ଭାବନା ରହିଛି । ତେବେ ଆଇନଜୀବୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟରୁ ଜୁଡିସିଆଲି ଏକଡେମୀ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା ।