Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗୋପ ଷ୍ଟେଟ୍ ବ୍ୟାଙ୍କ ସିଲ୍ : ମ୍ୟାନେଜର କରୋନା ସଂକ୍ରମିତ, ଗ୍ରାହକଙ୍କ ଉପରେ ନଜର

13/04/2021 at 2:22 PM

କୋଣାର୍କ ୧୩।୦୪: ଷ୍ଟେଟ ବ୍ୟାଙ୍କ ସିଲ୍‌ । ଗୋପ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ କରୋନା ସଂକ୍ରମିତ ଜଣାପଡିବାପରେ ବ୍ୟାଙ୍କଙ୍କୁ ସିଲ୍‌ କରାଯାଇଛି  । ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗୋପ ଷ୍ଟେଟ୍‌ ବ୍ୟାଙ୍କ ଶାଖା ପରିଚାଳକ କରୋନାରେ ସଂକ୍ରମିତ ହୋଇଛନ୍ତି । ଶାଖା ପରିଚାଳକଙ୍କ ସଂସ୍ପର୍ଶରେ ଆସିଥିବା ୮ଜଣ କର୍ମଚାରୀଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏମାନଙ୍କର ରିପୋର୍ଟ ଆସିନାହିଁ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କକୁ ବର୍ତ୍ତମାନ ପାଇଁ ସିଲ୍‌ କରାଯାଇଛି । ଏହି ସମୟରେ  ବ୍ୟାଙ୍କକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍‌ କରାଯିବ । ସେହିପରି ବ୍ୟାଙ୍କ ଆସିଥିବା କିଛି ଗ୍ରାହକଙ୍କର ମଧ୍ୟ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।

   Related Posts