ଲାଭରୁ ୦.୨୫ % କରୋନା ମୁକାବିଲା ପାଇଁ ଦେବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ୨୪/୦୩ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ କରୋନା ମୁକାବିଲା ପାଇଁ ଲାଭର ୦.୨୫ ପ୍ରତିଶତ ଟଙ୍କା ଦେବା ପାଇଁ ଘୋଷଣା କରିଛି | ଏସବିଆଇ ଅଧ୍ୟକ୍ଷ ରଜନିଷ କୁମାର ଏ ନେଇ ସୂଚନା ଦେଇଛନ୍ତି | କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ଆବଶ୍ୟକ ଟଙ୍କା ସିଏସର ଫଣ୍ଡରୁ ଆସିବ | ସ୍ୱାସ୍ଥ୍ୟ ସେବା ସହ ଜଡିତ ଲୋକଙ୍କ ସୁବିଧା ସୁଯୋଗ ଓ ଚିକିତ୍ସା ପାଇଁ ଏହି ରାଶି ଖର୍ଚ୍ଚ କରାଯିବ |

ରଜନିଷ କୁମାର କହିଛନ୍ତି, ଏହି ସମୟରେ ପୁରା ଦେଶ ଏକଜୁଟ ହେବା ଦରକାର | ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକଜୁଟ ହେଲେ ଦେଶ କରୋନା ବିରୋଧରେ ଲଢ଼ି କରିପାରିବା | ଏହି ସମୟରେ ଭାରତୀୟଙ୍କ ପାଇଁ ଏସବିଆଇ ଏକ ପଦକ୍ଷେପ ନେଇଛି। ସମସ୍ତ କର୍ପୋରେଟ ନାଗରିକ ମଧ୍ୟ ଏହି ସମୟରେ ଆଗକୁ ଆସି ଦେଶବାସୀଙ୍କୁ ସହାୟତା କରିବା ଉଚିତ ବୋଲି ରଜନିଷ କୁମାର କହିଛନ୍ତି |

ଏହାପୂର୍ବରୁ ବେଦାନ୍ତ ଗୃପର ସଭାପତି ଅନିଲ ଅଗ୍ରୱାଲ ୧୦୦ କୋଟି ଟଙ୍କା ଦାନ ଦେବେ ବୋଲି ଘୋଷଣା କରିଛନ୍ତି | ପେଟିଏମ ସିଇଓ ବିଜୟ ଶେଖର ଶର୍ମା ୫ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି | ମହିନ୍ଦ୍ରା ଗୃପର ସଭାପତି ଆନନ୍ଦ ମହିନ୍ଦ୍ରା ନିଜର ଗୋଟିଏ ମାସର ଦରମା ଦାନ କରିଛନ୍ତି | ରିଲାଏନ୍ସ କମ୍ପାନୀ ନିଜର ସିଏସଆର ଦ୍ୱାରା ସଞ୍ଚାଳିତ ଏକ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ୧୦୦ ଟି ବେଡ଼ ସ୍ଥାପିତ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.