ଷ୍ଟେଟ୍‌ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ୧୫ ଦିନର ଅଧିକ ଦରମା

Published By : Prameya-News7 Bureau | May 22, 2021 IST

ନୂଆଦିଲ୍ଲୀ ୨୨/୫: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) କର୍ମଚାରୀଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ନିଜର ୨.୫ ଲକ୍ଷ କର୍ମଚାରୀଙ୍କୁ ଗତ ଆର୍ଥିକ ବର୍ଷ ପାଇଁ ୧୫ ଦିନର ଅଧିକ ଦରମା ଦେଇପାରେ। ଏହି ଟଙ୍କା ପରଫର୍ମାନ୍ସ ଲିଙ୍କଡ୍‌ ଇନସେଣ୍ଟିଭ୍‌ (ପିଏଲଆଇ) ଭାବରେ ଦେବ ଏସବିଆଇ। କର୍ମଚାରୀଙ୍କ ପାଇଁ ଏମିତି ଏକ ଉପହାର ଦେବା ପଛର କାରଣ ହେଉଛି ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଷ୍ଟାଣ୍ଡ ଏଲୋନ୍‌ ନେଟ ପ୍ରଫିଟ୍‌ରେ  ୪୧ ପ୍ରତିଶତ ବୃଦ୍ଧି ସହ ୨୦,୧୧୦.୧୭ କୋଟି ଟଙ୍କା ଲାଭ କରିଛି।

ନଭେମ୍ବର ୨୦୨୦ରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହ ହୋଇଥିବା ବୁଝାମଣା ଅନୁସାରେ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଏବଂ ଅନ୍ୟ କିଛି ବ୍ୟାଙ୍କ ପିଏଲଆଇ କନସେପ୍ଟ ସ୍ବୀକାର କରିଛନ୍ତି। ଯଦି କୌଣସି ବ୍ୟାଙ୍କର ନିଜ ଲଭାଂଶରେ ୫ରୁ ୧୦ ପ୍ରତିଶତ ବୃଦ୍ଧି ହୁଏ ତେବେ କର୍ମଚାରୀଙ୍କୁ ପ୍ରୋତ୍ସାହନ ବାବଦକୁ ୫ ଦିନର ଅଧିକ ବେତନ ଦେବ।

ଯଦି ଏହି ଲାଭ ୧୫ ପ୍ରତିଶତରୁ ଅଧିକ ହୁଏ ତେବେ ବ୍ୟାଙ୍କ ନିଜର କର୍ମଚାରୀଙ୍କୁ ୧୫ ଦିନର ବେତନ ଦେବ ।  ମିଳିଥିବା ରିପୋର୍ଟ ଅନୁସାରେ କନାଡା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ର ନିଜର କର୍ମଚାରୀଙ୍କୁ ପିଏଲଆଇ ଦେଇସାରିଛନ୍ତି। କାନାଡା ବ୍ୟାଙ୍କ ନିଜର କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୧୫ ଦିନର ଅଧିକ ଦରମା ଦେଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.