Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଗ୍ରାହକଙ୍କ ଲାଗି ନୂଆ ମୋବାଇଲ app ଲଞ୍ଚ କଲେ sbi

12/01/2020 at 6:47 PM

ନୂଆଦିଲ୍ଲୀ ୧୨।୧:  ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିଜ ଗ୍ରାହକଙ୍କୁ ବିଭିନ୍ନ ସମୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ କରିଆସିଛନ୍ତି। ଏହି କ୍ରମରେ SBI ହେଲ୍ପଲାଇନ ନମ୍ବର ଅନ୍ୟତମ । ଏଥିରେ ଏବେ ନୂଆ ସହାୟତା ଆପ୍ ଲଞ୍ଚ କରିଛନ୍ତି ଏସବିଆଇ। ଯାହାର ନାମ ରଖିଛନ୍ତି ‘SBI Quick’ । ଗ୍ରାହକ କେବଳ ଏସଏମଏସ ଅଥବା ମିସ୍‌ଡ କଲ ମାଧ୍ୟମରେ ଏହାର ସୁବିଧା ପାଇପାରିବେ।

ଏହି ସୁବିଧା ଦ୍ୱାରା ଗ୍ରାହକମାନେ ନିଜ ଆକାଉଣ୍ଟ ସମ୍ପର୍କିତ ବିଭିନ୍ନ ସେବା ଯେପରିକି ବାଲାନ୍ସ, ମିନି ଷ୍ଟେଟମେଣ୍ଟ, ଚେକ ବୁକ୍‌ ପାଇଁ ଆବେଦନ, ଗତ ୬ମାସର ଆକାଉଣ୍ଟ ବାଲାନ୍ସ ବା ଆକାଉଣ୍ଟ ଷ୍ଟେଟମେଣ୍ଟ, ଗୃହ ଋଣ ଓ ଶିକ୍ଷା ଋଣ ବିଷୟରେ ତଥ୍ୟ ପାଇପାରିବେ। ଏସ୍‌ବିଆଇର ଏହି ଆପ୍‌ରେ କିଛି ନୂଆ ଫିଚର୍ସ ସଂଯୋଗ କରିଛି, ଯେପରି ବ୍ୟାଙ୍କ କ୍ୟାଲେଣ୍ଡର । ଏଥିରେ ଗ୍ରାହକମାନେ ନିଜ ନିଜ ରାଜ୍ୟର ବ୍ୟାଙ୍କର ଛୁଟି ସମ୍ପର୍କରେ ଜାଣିପାରିବେ । ଦେଶର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସର୍କଲର ଛୁଟି ତାଲିକା ଏଥିରେ ରହିଛି ।

 ଗତକିଛି ଦିନ ତଳେ ଏସବିଆଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏବିଷୟରେ ସୂଚନା ଦେଇଛନ୍ତି । ‘SBI Quick App’ର ସାହାଯ୍ୟରେ ଗ୍ରାହକ ଘରେ ବସି ବ୍ୟାଙ୍କର ଛୁଟି, ନିଜର ଆକାଉଣ୍ଟ ସମ୍ବଧିତ ତଥ୍ୟ ଆଦି କିପରି ପାଇବେ ସେ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ଆପ ସମସ୍ତ android, windows, ios ଓ  blackberryର ପ୍ଲେଏ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଆପର ବ୍ୟବହାର ପାଇଁ ଫୋନରେ ଇଣ୍ଟରନେଟ ଥିବା ଦରକାର । ଆପଣ ମିସ୍‌ଡ କଲ ଓ ଏସଏମଏସ ମାଧ୍ୟମରେ ତଥ୍ୟ ମଧ୍ୟ ଜାଣିପାରିବେ ।

ଚେକ୍‌ବୁକ ଆବେଦେନ ପାଇଁ  ‘CHQREQ’ ଲେଖ 09223588888 ପଠାଇବାକୁ ପଡିବ । ଏହାପରେ ଗୋଟିଏ ଏସଏମଏସ ଆସିବ ।ଏହି ଏସଏମଏସର ଜବାବ ରଖି ଆପଣଙ୍କୁ ‘CHQACC <space> Y <space> SMS ରୁ ପ୍ରାପ୍ତ ହୋଇଥିବା ୬ ଟିକିଆ ନମ୍ବର ଲେଖି ୨ଘଣ୍ଟା ମଧ୍ୟରେ 09223588888 ପଠାଇବାକୁ ପଡ଼ିବ ।

ସେହପରି ଗୃହ ରଣ ସାର୍ଟିଫିକେଟ ପାଇଁ HLI <space> <Account Number> <space> <code> ଲେଖି 09223588888 ଏସଏମଏସ ପଠାଇବାକୁ ପଡିବ ।

   Related Posts