Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସବିଆଇ କ୍ରେଡିଟ୍ କାର୍ଡ଼ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ ମିଳିବ ୭ଟି ସର୍ଭିସ୍

ନୂଆଦିଲ୍ଲୀ ୮/୪: ଯଦି ଆପଣ ମଧ୍ୟ ଏସବିଆଇର କ୍ରେଡିଟ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ ଏସବିଆଇ ଗ୍ରାହକଙ୍କୁ ନିଜର କ୍ରେଡିଟ୍ କାର୍ଡ଼ ୟୋନୋ ଆପ୍ ସହ ଲିଙ୍କ୍ କରିବାର ସୁବିଧା ପ୍ରଦାନ କରିଛି। ୟୋନୋଏସବିଆଇ ସହ କ୍ରେଡିଟ୍ କାର୍ଡ଼ ଲିଙ୍କ୍ କରୁଥିବା ଗ୍ରାହକଙ୍କୁ ଅନେକ ସୁବିଧା ମିଳିବ। ଆସନ୍ତୁ ଜାଣିବା ଗ୍ରାହକଙ୍କୁ କେଉଁ ପ୍ରକାରର ନୂଆ ସୁବିଧା ମିଳିବ।


ନିକଟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟୋନୋ ଆପ୍ ଏବଂ ଏସବିଆଇ ୟୋନୋ ଓ୍ବେବସାଇଟ୍ ଜରିଆରେ କାର୍ଡ଼ଲେସ୍ କ୍ୟାସ୍ ବାହାର କରିବାର ସୁବିଧା ଆରମ୍ଭ କରିଛି। ଏସବିଆଇର ଏହି ସର୍ଭିସ୍ ଦେଶର ୧୬ହଜାର ୫୦୦ଏଟିଏମରେ ଆରମ୍ଭ କରାଯାଇଛି। ଏହି ସମସ୍ତ ଏଟିଏମକୁ ୟୋନୋ କ୍ୟାସ୍ ପଏଣ୍ଟ କୁହାଯିବ।


ଏସବିଆଇର ଟ୍ବିଟ୍ ଅନୁସାରେ ୟୋନୋ ସହ କ୍ରେଡିଟ୍ କାର୍ଡ଼ ଲିଙ୍କ୍ କରିବା ଦ୍ବାରା ଗ୍ରାହକଙ୍କୁ ୭ପ୍ରକାରର ସୁବିଧା ମିଳିବ। ଏଥିରେ ବିଲ ପେମେଣ୍ଟ,ପିନ୍ ମ୍ୟାନେଜ,କାର୍ଡ଼ ବ୍ଲକ୍,ରିଓ୍ବାର୍ଡ଼ ପଏଣ୍ଟସ୍କୁ ଚେକ୍ କରିବା,ରିଡିମ୍ କରିବା ଆଦି ସୁବିଧା ସାମିଲ ରହିଛି।


ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କ ମୋବାଇଲ୍ ଫୋନରେ ଏସବିଆଇର ଆପ୍ YONO SBI ଡାଉନଲୋଡ କରିବାକୁ ପଡ଼ିବ। ୟୋନୋ ଆପ୍ ଡାଉନଲୋଡ କରିବା ପରେ ଗ୍ରାହକଙ୍କୁ ନିଜର ୟୁଜର ଆଇଡି ଏବଂ ପାସଓ୍ବାର୍ଡ଼ ଏଥିରେ ଦେବାକୁ ପଡ଼ିବ। ଆପ୍ ଖୋଲିବା ପରେ ଆପଣ Go to Cardsରେ ଯାଆନ୍ତୁ ଏବଂ ଏଠାରେ My Credit Cardରେ କ୍ଲିକ୍ କରନ୍ତୁ । ଏହା ପରେ ନିଜର ଏସବିଆଇ କ୍ରେଡିଟ୍ କାର୍ଡ଼ର ସମ୍ପୂର୍ଣ୍ଣ ତଥ୍ୟ ଦିଅନ୍ତୁ । ଏପରି କଲେ ଆପଣଙ୍କ କ୍ରେଡିଟ୍ କାର୍ଡ଼ ଲିଙ୍କ୍ ହୋଇଯିବ। କ୍ରେଡିଟ୍ କାର୍ଡ଼ ଲିଙ୍କ୍ ହୋଇଯିବା ଆପଣ ନିଜ ମୋବାଇଲରୁ ୟୋନୋଏସବିଆଇ ସୁବିଧାର ଲାଭ ଉଠାନ୍ତୁ।

639 Views

   ସମ୍ବନ୍ଧିତ ଖବର