Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ଷ୍ଟେଟବ୍ୟାଙ୍କର ମହିଳା ମ୍ୟାନେଜର ବେକରେ ଦଉଡି ଲଗାଇ କଲେ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

2/01/2019 at 5:57 PM

ନୂଆଦିଲ୍ଳୀ ୨/୧: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ରାଞ୍ଚ ମ୍ୟାନେଜର ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ହରିୟାଣାର ପାନିପତରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବପୈାଲିର ବ୍ରାଞ୍ଚ ମ୍ୟାନେଜର ପ୍ରିୟା ରାଣୀ ବିଳମ୍ବିତ ସନ୍ଧ୍ୟାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ସେକ୍ଟର-୧୧ରେ ଭଡ଼ା ଘରେ ରହୁଥିଲେ। ୩ବର୍ଷ ପୂର୍ବରୁ ତାଙ୍କ ବିବାହ ହୋଇଥିଲା। ରାତିରେ  ଯେତେବେଳେ ତାଙ୍କ ଭାଇ ଫେରିଥିଲେ ତାଙ୍କୁ ଭଉଣୀର ମୃତ୍ୟୁ ବିଷୟରେ ସୂଚନା ମିଳିଥିଲା। ଏହି ଘଟଣାରେ ପୂରା ପରିବାର ଦୁଃଖରେ ମ୍ରିୟମାଣ ହୋଇପଡ଼ିଛି।

ପ୍ରିୟା ରାଣୀ ବପୈାଲିର ଏସବିଆଇ ଶାଖାରେ ବ୍ରାଞ୍ଚ ମ୍ୟାନେଜର ଭାବେ କାମ କରୁଥିଲେ। ବିହାରର ଆରା ଜିଲ୍ଲାର ପକଡ଼ି ଗାଁରେ ତାଙ୍କ ଘର। ୩ବର୍ଷ ପୂର୍ବେ ୨୮ବର୍ଷ ବୟସ୍କା ପ୍ରିୟା ଗ୍ରେଟର ନୋଏଡ଼ାରେ ରହୁଥିବା ବିବେକଙ୍କ ସହ ବିବାହ କରିଥିଲେ। ବିବେକ ଗ୍ରେଟର ନୋଏଡ଼ାରେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଥିଲେ।

ପ୍ରିୟାଙ୍କ ବଦଳି ଅଗଷ୍ଟ ମାସରେ ବପୈାଲି ଶାଖାକୁ ହୋଇଥିଲା।  ବପୈାଲି ଆସିବା ପରେ ପ୍ରିୟା ସେକ୍ଟର-୧୧ରେ ସେ ନିଜ ମାଆ ବାପା ଏବଂ ଭାଇ ପ୍ରଶାନ୍ତଙ୍କ ସହ ରହୁଥିଲେ। ତାଙ୍କ ଭାଇ ଜଣେ ଇଞ୍ଜିନିୟର। ଡିସେମ୍ବର ୩୧ତାରିଖରେ ପୂରା ପରିବାର ବାହାରକୁ ଯାଇଥିଲେ କିନ୍ତୁ ପ୍ରିୟା ଘରେ ଏକୁଟିଆ ଥିଲେ।  ଘର ଲୋକେ ଫେରି ଦେଖିଲେ ପ୍ରିୟା ଆତ୍ମହତ୍ୟା କରିଛନ୍ତି। ଡାକ୍ତର ପୋଷ୍ଟମର୍ଟମ୍ କରିବା ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ପ୍ରିୟା କ’ଣ ପାଇଁ ଆତ୍ମହତ୍ୟା କଲେ ଏବିଷୟରେ କୈାଣସି ସୂଚନା ମିଳିନାହିଁ।

ତାଙ୍କ ପରିବାର ଲୋକେ କହିଛନ୍ତି ଯେ ପ୍ରିୟା ଅଧିକାଂଶ ସମୟ ତାଙ୍କ ସ୍ବାମୀଙ୍କୁ ଦେଖା କରିବାକୁ ଗ୍ରେଟର ନୋଏଡ଼ା ଯାଉଥିଲେ। ତାଙ୍କ ସ୍ବାମୀଙ୍କ ସହ ମଧ୍ୟ ତାଙ୍କ ଭଲ ସମ୍ପର୍କ ଥିଲା। ସେ ଅତ୍ୟନ୍ତ ସରଳ ସ୍ବଭାବର ଥିଲେ । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେ ଏପରି ନିଷ୍ପତ୍ତି କାହିଁକି ନେଇଥିଲେ କାହାକୁ ଜଣା ନାହିଁ।

   Related Posts