ଗ୍ରାହକଙ୍କ ପାଇଁ ବଡ଼ ଝଟକା, ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କ ବି ନେଉଛନ୍ତି ଏହି ପଦକ୍ଷେପ…ଜାଣନ୍ତୁ କଣ ଏହି ପଦକ୍ଷେପ

Published By : Prameya-News7 Bureau | January 30, 2019 IST

ଭାରତୀୟ ଷ୍ଟେଟବ୍ୟାଙ୍କ ନଭେମ୍ବର ମାସରେ ଏଟିଏମରୁ ପଇସା ଉଠାଇବା ନେଇ ଲଗାଇଥିଲା କଟକଣା । ଏହି କଟକଣାକୁ ଦେଖି ଅନ୍ୟ ବ୍ୟାଙ୍କମାନେ ମଧ୍ୟ ସମାନ ନିୟମ ପ୍ରଣୟନ କରିଥିଲେ । କୌଣସି ଗ୍ରାହକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ଟଂକା ଉଠାଇପାରିବେ ନାହିଁ ବୋଲି କଟକଣା କରିଥିଲେ । ଏହି କଟକଣାରୁ ପ୍ରାଇଭେଟ ବ୍ୟାଙ୍କମାନେ ମଧ୍ୟ ବାଦ୍ ପଡ଼ି ନଥିଲେ ।

ଆରବିଆଇ ଓ ବ୍ୟାଙ୍କିଙ୍ଗ୍ ପ୍ରବନ୍ଧକଙ୍କ ଅନୁସାରେ ଏହି ନିୟମ ବ୍ୟାଙ୍କମାନେ ପ୍ରଣୟନ କରିଥିଲେ । ଯାହା ଏହିମାସ ୧୫ ତାରିଖରୁ ଆରମ୍ଭ ହୋଇଯାଇଛି ।

କିନ୍ତୁ ଏବେ ଭାରତୀୟ ଷ୍ଟେଟବ୍ୟାଙ୍କ ଆଉ ଗୋଟେ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଗ୍ରାହକମାନଙ୍କ ଟଂକା ଉଠାଣ ତଥା ନିଜ ଆକାଉଣ୍ଟର ସୁରକ୍ଷା ବ୍ୟବସ୍ଥାନେଇ ଏଟିଏମ୍ କାର୍ଡ଼ ଉପରେ କଟକଣା ଲଗାଇବାକୁ ସ୍ଥିର କରିଛି । ଏବେ ଆପଣ ଚିପ୍ ନଥିବା ଏଟିଏମ ବ୍ୟବହାର କରିପାରିବେ ନାହିଁ । ଆଗରୁ ବ୍ୟବହାର କରୁଥିବା ଏଟିଏମକୁ ବ୍ୟାଙ୍କ କାଏମ୍ ରଖିବ ନାହିଁ । ଏହି ଏଟିଏମ ସବୁ ରଦ୍ଦ ହୋଇଯିବ ଓ  ଚିପ୍ ଥିବା ନୂଆ ଏଟିଏମ ଯୋଗାଇଦେବ ବ୍ୟାଙ୍କ ।

ଏହି ପ୍ରକ୍ରିୟା କେବଳ ଷ୍ଟେଟବ୍ୟାଙ୍କ ନୁହେଁ, ସବୁ ବ୍ୟାଙ୍କ ମଧ୍ୟ ଏହି କଟକଣା ଲାଗୁ କରିବେ ।

ଅବଶ୍ୟ ଗ୍ରାହକମାନଙ୍କ ସୁବିଧା ପାଇଁ ବିଭିନ୍ନ ସୁବିଧା କରିବାକୁ ଯାଉଛି ବ୍ୟାଙ୍କ ।

ପଇସା ଉଠାଇବାକୁ ବ୍ୟାଙ୍କର ସାହାର୍ଯ୍ୟ ନେବାକୁ ପଡ଼ିବ । ଏଟିଏମରେ କାମଚଳାଭାବେ ପଇସା ଉଠାଇ ପାରିବେ, ତା ମାନେ ନୁହେଁ ନିଜ ମନଇଚ୍ଚାରେ ଯେତେ ଚାହିଁବେ ସେତେ ପରିମାଣରେ ଟଂକା ଉଠାଣ କରିବେ ।

ସବୁ ବ୍ୟାଙ୍କ ଏବେ ଅଧିକ ପରିମାଣରେ ରିସାଇକ୍ଲର ମେସିନ ଲଗେଇବାକୁ ପ୍ରୟାସ କରୁଛନ୍ତି, ଯାହା ଦ୍ଵାରା ଟଂକା ଉଠାଇବା ସହ ଜମା ବି କରିପାରିବେ ।

କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନୁହେଁ, ପ୍ରାଇଭେଟ ବ୍ୟାଙ୍କ ମଧ୍ୟ ଏହି ପ୍ରକାର ବ୍ୟବସ୍ଥା କରିବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.