ଦୀପିକା ଠାରୁ ଆରମ୍ଭ କରି ଏହି ସବୁ ଅଭିନେତ୍ରୀଙ୍କ ସହ ଡେଟ୍‌ କରିଥିଲେ ଧୋନୀ

Published By : Prameya-News7 Bureau | December 05, 2021 IST

ନୂଆଦିଲ୍ଳୀ ୦୫।୧୨ : ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବରେ ଜଣାଶୁଣା ଏମ୍ଏସ୍ ଧୋନି । ସେ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ହେଲେ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଟନ୍ତି। ତାଙ୍କର କ୍ରିକେଟ୍‌ ମୈଦାନରେ ଯେମିତି ବ୍ୟକ୍ତ ଗତ ମୈଦାନରେ ବି ଠିକ୍‌ ସେହିଭଳି । ତାଙ୍କ ଅଫ୍ ଫିଲ୍ଡ ଜୀବନ ବିଷୟରେ କହିବାକୁ ଗଲେ ଧୋନି ବର୍ତ୍ତମାନ ପତ୍ନୀ ସାକ୍ଷୀଙ୍କ ସହ ଖୁସିର ଜୀବନ ଅତିବାହିତ ରହୁଛନ୍ତି । ଏବଂ ଏହି ଦମ୍ପତିଙ୍କର ଏକ ସୁନ୍ଦର କୁନି ଝିଅ ଜୀଭା ଅଛି । ହେଲେ ଧୋନୀ ସାକ୍ଷୀଙ୍କୁ ଭେଟିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଏହି ସୁପରଷ୍ଟାରଙ୍କ ନାମ ବଲିଉଡରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଅନେକ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଯୋଡି ହୋଇ ଅଛି ।

ଧୋନି ୨୦୦୮ରୁ ୨୦୦୯ ମସିହାରେ ମଡେଲ ଏବଂ 'ଜୁଲି -୨' ଅଭିନେତ୍ରୀ ରାୟ ଲକ୍ଷ୍ମୀଙ୍କୁ ଡେଟ୍ କରୁଥିଲେ । ଏହି ଯୋଡି ନିୟମିତ ଭାବେ ପାର୍ଟିରେ ଏକାଠି ଦେଖିବାକୁ ମିଳୁଥିଲେ। ଆଇପିଏଲ୍‌ ପାର୍ଟିରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିଲ । ହେଲେ ୨୦୦୯ରେ ଦୁହେଁ ଅଳ୍ପ ସମୟ ଡେଟ୍‌ କରିଥିଲେ । କିଛି ଦିନ ପରେ ଅଲଗା ହୋଇ ଯାଇଥିଲେ । ଏହାକୁ ନେଇ ୨୦୧୪ରେ ଏକ ସାକ୍ଷାତକାରରେ ଲକ୍ଷ୍ମୀ କହିଥିଲେ କି ମୋର ଧୋନିଙ୍କ ସମ୍ପର୍କ ଏକ ଦାଗ ଭଳି ଅଟେ । ଯାହା ଅଧିକ ଦିନ ଯାଏଁ ଚାଲିବ ନାହିଁ।

ଯଦି ଆପଣ ଧୋନିଙ୍କ ବାୟୋପିକ୍ ଫିଲ୍ମ 'ଏମ୍ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ' ଦେଖିଥିବେ । ତେବେ ଆପଣ ନିଶ୍ଚିତ ଭାବରେ ଭାରତର ପୂର୍ବତନ ଅଧିନାୟକଙ୍କ ପ୍ରିୟଙ୍କା ଝାଙ୍କ ବିଷୟରେ ଜାଣିଥିବେ, ଯାହା ଏକ ଦୁର୍ଘଟଣାରେ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ଧୋନିଙ୍କ ନାମ ମୁମ୍ବାଇର ଟିଭି ନିର୍ମାତା ପ୍ରୀତି ସିମୋସଙ୍କ ସହ ମଧ୍ୟ ଯୋଡା ଯାଇଥିଲା, ଯିଏକି କମେଡି ନାଇଟ୍ସର ୱିଥ୍‌ କପିଲ ଶୋର କ୍ରିଏଟିଭ୍‌ ଡାଇରେକ୍ଟର ଅଟନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଧୋନି ୨୦୦୭ରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଗୋଟିଏ ବର୍ଷରେ ବହୁତ ପପୁଲାର ହୋଇଥିଲେ । ଉଭୟ ଏକ ରାମ୍ପ ଶୋ’ରେ ମଧ୍ୟ ଚାଲିଥିଲେ । ଏହା ସହ 'ଗଜନି' ଫିଲ୍ମର ଅଭିନେତ୍ରୀ ଆସିନ ଏବଂ ଧୋନି ଏକ ସମୟରେ ଡେଟିଂ କରୁଥିଲେ। ଦୁହେଁ ମିଶିକି ଏକ ବ୍ୟବସାୟିକ ବିଜ୍ଞାପନ କରିଥିଲେ ଏବଂ ବନ୍ଧୁ ହୋଇଥିଲେ । ଏହାରି ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଲିଙ୍କ ଅପ୍ ହେବାର ଗୁଜବ ମଧ୍ୟ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.