Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆରମ୍ଭ ହେଲା ବିଧାୟକଙ୍କ ଦୁଇ ଦିନିଆ କ୍ଲାସ, ସରଳତା ଓ ଶାଳିନତାର ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ…

13/09/2019 at 6:21 PM

ଭୁବନେଶ୍ବର୧୩|୯: ପ୍ରଶିକ୍ଷଣ ନେଲେ ବିଧାୟକ । ବିଧାନସଭା ନୀତିନିୟମ ଓ କାର୍ଯ୍ୟଧାରା ପାଠ ପଢ଼ିଛନ୍ତି ବିଧାୟକ । ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ସରଳତା ଓ ଶାଳିନତାର ପାଠ ପଢ଼ାଇଛନ୍ତି । ଏହା ସହିତ ବିଧାୟକମାନଙ୍କୁ ବିଧାନସଭା କମିଟି ଏବଂ ସଂସଦୀୟ ପରମ୍ପରା ଉପରେ ବରିଷ୍ଠ ବିଧାୟକ ଏବଂ ଲୋକସଭା ସଚିବାଳୟର ସଚିବମାନେ ପାଠ ପଢ଼ାଇଥିଲେ। …

ପାଠ ପଢ଼ିଲେ ବିଧାୟକ । ବିଧାନସଭାର କାର୍ଯ୍ୟଧାରା, ନୀତି ନିୟମ ଓ ସଂସଦୀୟ ପରମ୍ପରା ସଂପର୍କରେ ବିଧାୟକଙ୍କୁ ଟିପ୍‌ସ। ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନ ଅବସରେ ବିଧାୟକଙ୍କୁ ସରଳତା ଓ ଶାଳୀନତାର ପାଠ ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ।  ସରଳ ଜୀବନଯାପନ କରିବାକୁ ଆହ୍ବାନ ଦେଇଛନ୍ତି । ସାଧରଣ ଲୋକେ ହେଉଛନ୍ତି ଗଣତନ୍ତ୍ରର ରିଅଲ ମାଷ୍ଟର।  ଲୋକ ପ୍ରତିନିଧିମାନେ ଲୋକଙ୍କ ସ୍ବାର୍ଥକୁ ଆଗରେ ରଖି  କାମ କରିବା ଦରକାର।

ଉଦଘାଟନ ଉତ୍ସବ ପରେ ଆଜି ବିଧାୟକ କମିଟି କାର୍ଯ୍ୟପନ୍ଥା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। କମିଟି କାମ କଣ , କମିଟିରେ କିପରି କାର୍ଯ୍ୟକରିବ, ଏବଂ ସଂସଦୀୟ ପରମ୍ପରା ଏବଂ ଶିଷ୍ଟାଚାର ଉପରେ ଆଜି ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ସହିତ ବିଧାୟକ ମାନେ କେମିତି ପାଣ୍ଠି ଖର୍ଚ୍ଚ କରିବେ ସେ ନେଇ ବିଧାୟକଙ୍କୁ ତାଲିମ ଦିଆଯିବ।  ବିଧାନସଭାକୁ ପେପର ଲେସ କରାଯିବ। ଏନେଇ ସମସ୍ତ ବିଧାୟକମାନଙ୍କୁ ଟ୍ୟାବ ଦିଆଯିବ ।

ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିରରେ ଆସନ୍ତାକାଲି ବିଧାୟକମାନେ କିପରି ପ୍ରଭାବୀ ହୋଇପାରିବେ, ବିଧାନସଭାର ବଜେଟ ପ୍ରକ୍ରିୟା  ଏବଂ ଇ ବିଧାନସଭା ଉପରେ ପ୍ରଶିକ୍ଷଣ ଦିଆଯିବ।

   Related Posts