Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର ଆରମ୍ଭ ହୋଇଛି ତଦନ୍ତ

18/01/2020 at 10:02 PM

ଭୁବନେଶ୍ବର୧୮/୧: ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର ଆରମ୍ଭ ହୋଇଛି ତଦନ୍ତ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ମୁଖ୍ୟ ନିରାପତ୍ତା ଆୟୁକ୍ତଙ୍କ ନେତୃତ୍ବରେ ଗଠିତ ଏକ ଟିମ୍ ତଦନ୍ତ କରୁଛି । ଶୁକ୍ରବାର ରେଳ ବିଭାଗ କର୍ମଚାରୀ, ପୋଲିସ୍ ଅଧିକାରୀ ଓ ସାଧାରଣ ଲୋକଙ୍କ ସହ ପ୍ରାୟ ୮୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ମାସେ ଭିତରେ ଅନ୍ତରୀଣ ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ତଦନ୍ତ କମିଶନର ମୁଖ୍ୟ କହିଛନ୍ତି ।

ଚାଲିଛି ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର କାରଣ ଖୋଜା । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ମୁଖ୍ୟ ନିରାପତ୍ତା ଆୟୁକ୍ତଙ୍କ ନେତୃତ୍ବରେ ଏକ ଟିମ୍ ତଦନ୍ତ କରୁଛନ୍ତି । ତାଙ୍କ ସହ  ରେଳବାଇର ପ୍ରିନସିପାଲ ଚିଫ୍ ସିକ୍ୟୁରିଟି ଅଫିସର ଏସ୍ ଏସ୍ ମିଶ୍ର ବି ଅଛନ୍ତି ।

ତଦନ୍ତକାରୀ ଟିମ୍ ପ୍ରଥମେ ନିର୍ଗୁଣ୍ଡି ଷ୍ଟେସନ୍ ନିକଟ ଶାଳଗାଁ ପାଖରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପରେ କଟକ ରେଲୱେ ଅଫିସର୍ସ ମେସ୍‌ରେ ସାକ୍ଷ୍ୟ ଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ରେଳ ବିଭାଗର ପ୍ରାୟ ୬୦ ଜଣ ଅଧିକାରୀ, ସ୍ଥାନୀୟ ପୋଲିସ୍, ଜି ଆର ପି , ଆର ପି ଏଫ୍ ଅଧିକାରୀ, କର୍ମଚାରୀଙ୍କ ସହ ୨୦ ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କର ବି ସାକ୍ଷ୍ୟ ଗ୍ରହଣ କରାଯାଇଛି । ଟ୍ରେନ୍‌ର ଗତି, ସମ୍ପୃକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା, କୁହୁଡି ଯୋଗୁଁ ଭିଜିବଲିଟି କେତେ ଥିଲା ଓ ସିଗନାଲ ଆଦି ଦିଗକୁ ନେଇ କରାଯାଉଛି ତଦନ୍ତ ।

ଏହି ତଦନ୍ତ ପ୍ରକ୍ରିୟାରେ ସାଧାରଣ ଲୋକମାନେ ମଧ୍ୟ ନିଜର ସାକ୍ଷ୍ୟ ଦେଇ ପାରିବେ ବୋଲି ଇଷ୍ଟ କୋଷ୍ଟ ରେଳବାଇର ଜନ ସମ୍ପର୍କ ଅଧିକାରୀ କହିଛନ୍ତି ।ରବିବାର ବି ତଦନ୍ତ ସହ ସାକ୍ଷ୍ୟ ଗ୍ରହଣ କରାଯିବ । ତେବେ ମାସେ ଭିତରେ ଅନ୍ତରୀଣ ତଦନ୍ତ ରିପୋର୍ଟ ଦାଖଲ କରାଯିବ ।

ତଦନ୍ତ ପୂର୍ବରୁ ୧୬ ତାରିଖ ଦିନ ରେଳବାଇର ୪ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଲୋକମାନ୍ୟ ତିଲକ ଡ୍ରାଇଭର ଓ ସହକାରୀ ଡ୍ରାଇଭର ସମେତ ମାଲବାହୀ ଟ୍ରେନର ଗାର୍ଡ ଓ ନିର୍ଗୁଣ୍ଡି ଷ୍ଟେସନ ମାଷ୍ଟରଙ୍କୁ ରେଳବାଇ କର୍ତ୍ତୃପକ୍ଷ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

   Related Posts