ଶିମିଳିପାଳ ସମେତ ସମଗ୍ର ମୟୂରଭଞ୍ଜରେ ଆରମ୍ଭ ହେଲା ପକ୍ଷୀ ଗଣନା
3/01/2021 at 10:08 PM

ବାରିପଦା୩/୧: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜିଠାରୁ ଆରମ୍ଭ ହେଲା ପକ୍ଷୀ ଗଣନା। ବାରିପଦା, ରାଇରାଙ୍ଗପୁର, କରଞ୍ଜିଆ ଆଦି ତିନୋଟି ଫରେଷ୍ଟ ରେଞ୍ଜରେ ୧୦୦ରୁ ଅଧିକ ଜଳାଶ୍ରୟ ସ୍ଥାନରେ ଚାଲିଛି ପକ୍ଷୀ ଗଣନା।ବାରିପଦା ବନଖଣ୍ଡ ଅନ୍ତର୍ଗତ ୭ ଗୋଟି ରେଞ୍ଜର ଥିବା ୪୫ଟି ସ୍ଥାନରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବାରିପଦା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।ରେଞ୍ଜର ଓ ସହଯୋଗୀ କର୍ମଚାରୀଙ୍କ ସହାୟତାରେ ସକାଳ ୬:୩୦ରୁ ବାଇନକୁଲର ସାହାଯ୍ୟରେ ବିଭିନ୍ନ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଉଛି।ଘୋରଇ ପକ୍ଷୀ ପାଖାପାଖି ୧୦୦୦ରୁ ଅଧିକ ଆସିଥିବା ବେଳେ ଗଡ଼ୱାଲ, ଲିଟିଲ କାର୍ବୋରେଣ୍ଟ, ଲଫାଙ୍ଗ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବାର ସୂଚନା ମିଳିଛି।
ପୂର୍ବବର୍ଷ ଅପେକ୍ଷା ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ରହିଛି।ଜିଲ୍ଲା ର ୪୫ ଟି ସ୍ଥାନ ରେ ଥିନା ବିଭିନ୍ନ ଜଳ ସ୍ରୋତ ଓ ଜଳ ଭଣ୍ଡାର କୁ ଶୀତଦିନେ ଆସୁଥିବା ବିଦେଶୀ ଓ ଭ୍ରାମ୍ୟମାଣ ପକ୍ଷୀ ମାନଙ୍କର ଗଣନା କରି ପରିସଂଖ୍ୟାନ ସ୍ରସ୍ତୁତ କରାଯିବ।ଏ ବର୍ଷ ଦେଉଳି ରେଞ୍ଜର ହଳଦିଆ ଓ ଜମ୍ଭୀରା ଡ୍ୟାମରେ ଅନ୍ୟ ପ୍ରଜାତି ସହିତ ଗ୍ରୀଫ୍ ଓ ପଚାର୍ଡ ନାମକ ଦୁଇଟି ନୂଆ ପ୍ରଜାତିର ପକ୍ଷୀ ଦେଖା ଦେଇଛନ୍ତି। ଯାହା ନିଶ୍ଚିତ ଭାବରେ ଆଗାମୀ ବର୍ଷ ଲାଗି ଏକ ଶୁଭ ସୂଚନା। ତେବେ ସମଗ୍ର ଜିଲ୍ଲାର ପକ୍ଷୀ ଗଣନା ପରେ ଏହାର ପରିସଂଖ୍ୟାନ ଓ ପ୍ରକାର ଭେଦ ଇତ୍ୟାଦି ସ୍ପଷ୍ଟ ଜଣା ପଡିବ ବୋଲି କହିଛନ୍ତି ବାରିପଦା ଅତିରିକ୍ତ ବନ ସଂରକ୍ଷକ ଦୀଲିପ କୁମାର ବାରିକ`