Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ରାଜ୍ୟରେ ଆରମ୍ଭ ହୋଇଛି ପକ୍ଷୀ ଗଣନା, ୧୪୫ ଜଣ ଗଣନାକାରୀ ନିୟୋଜିତ

3/01/2020 at 9:22 PM

ଭୁବନେଶ୍ବର୩/୧: ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଆଠଗଡ଼ ବନଖଣ୍ଡର ୫ଟି ରେଞ୍ଜ, ଚିଲିକା, ମହାନଦୀ  ଓ ବାଙ୍କୀ ଉପଖଣ୍ଡ ବଡପଟ, କୁଲଡିହା ଅଭୟାରଣ୍ୟ ସମେତ ନନ୍ଦନକାନନ ପାର୍ଶ୍ବ ଜଳାଶୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ତିନି ଦିନରେ ୫୮ଟି ଟିମ୍‌ରେ ପ୍ରାୟ ୬୦୦ କର୍ମଚାରୀ, ସ୍ଵେଚ୍ଛାସେବୀ, ସାମ୍ବାଦିକ, ପ୍ରକୃତି ପ୍ରେମୀ ଏଥିରେ ନିୟୋଜିତ ହୋଇଛନ୍ତି।  ବିଶେଷ ଭାବେ ଶୀତଋତୁରେ ଦେଶ ବିଦେଶରୁ ଆସୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ସାମିଲ କରାଯାଇଛି।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏ ପକ୍ଷରୁ ଆରମ୍ଭ ହୋଇଥିବା ଗଣନା କାର୍ଯ୍ୟରେ ୧୪୫ ଜଣ ଗଣନାକାରୀ ନିୟୋଜିତ ହୋଇଛନ୍ତି ।  ସେମାନଙ୍କୁ ୨୯ ଟି ଗ୍ରୁପରେ  ବିଭକ୍ତ କରାଯାଇଛି । ସାତପଡାରେ ୧୧ଟି, ଚନ୍ଦ୍ରାପୁଟରେ ୧୪ ଟି  ଏବଂ ମଙ୍ଗଳାଯୋଡିରେ ୪ ଟି ଗ୍ରୁପ ଏହି ଗଣନାରେ ନିୟୋଜିତ ଅଛନ୍ତି ।  ଆସନ୍ତା ୫ରୁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ମଧ୍ୟ ପକ୍ଷୀ ଗଣନା  ଆରମ୍ଭ ହେବ । ଏହି ସମୟରେ ମାଛ ଧରା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଠଗଡ଼ ବନଖଣ୍ଡର ବିଭିନ୍ନ ଆର୍ଦ୍ରଭୂମିରେ ପକ୍ଷୀ ଗଣନା କରାଯାଉଛି । ରାଜ୍ୟର ଏକ ମାତ୍ର ମଧୁର ଜଳ ହ୍ରଦ ଅଂଶୁପା ସହିତ ଆଠଗଡ଼ ବନଖଣ୍ଡର ପାଞ୍ଚଟି ରେଞ୍ଜରେ ୫୮ ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି  । ତିନି ଦିନ ଧରି ଚାଲିବ ଏହି ଗଣନା କାର୍ଯ୍ୟ ସେହିପରି ନନ୍ଦନକାନନ ନିକଟରେ ଥିବା ଜଳାଶୟଗୁଡ଼କରେ ୫୦ରୁ ଅଧିକ ଗଣନାକାରୀ ସାମିଲ ହୋଇଛନ୍ତି ।

ମୟୁରଭଞ୍ଜ ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ପକ୍ଷୀ ଗଣନା ଚାଲିଛି।  ରିସିଆ, ସିନ୍ଦୁଆ,ବୁଗାଳିବନ୍ଦ,ଖୋମକୂଟ,ତେଣ୍ଡା ଅଂଚଳରେ ପକ୍ଷୀଗଣନା ପାଇଁ ୫ଟି ଟିମ ନିୟୋଜିତ ହୋଇଛନ୍ତି।  ସେହିଭଳି ନୀଳଗିରି ବନନିଭାଗ ଅଧିନ ପଦ୍ମତୋଳାରେ, ଖୋର୍ଦ୍ଧା ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ଚାଲିଛି ପକ୍ଷୀଗଣନା କାର୍ଯ୍ୟ  । ଆସନ୍ତା ୧୦ ତାରିଖ ଦିନ ଡମପଡା ଚନ୍ଦକା ୱାଇଲଡ଼ ଲାଇଫ ପକ୍ଷରୁ ବାଙ୍କୀର ବାକି ୬ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ହେବ। 

   Related Posts