ପତାଞ୍ଜଳୀ ସହ ବ୍ୟବସାୟ କଲେ ମିଳିବ ଲକ୍ଷାଧିକ ଟଙ୍କାର ଲାଭ : ୫୦ ହଜାର ଟଙ୍କାରୁ ଆରମ୍ଭ କରିପାରିବେ ବ୍ୟବସାୟ: ଜାଣନ୍ତୁ କେମିତି କରିବେ ଆବେଦନ

Published By : Prameya-News7 Bureau | March 31, 2019 IST

ନୂଆଦିଲ୍ଲୀ ୩୧/୩ : ପତଞ୍ଜଳୀ ଏବଂ ଆୟୁର୍ବେଦିକ ସାମଗ୍ରୀର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି | ବ୍ୟବସାୟ କ୍ଷେତ୍ରରେ ଦେଶରେ ପତଞ୍ଜଳୀ ଖୁବ ନାଁ କମେଇଲାଣି | ପତଞ୍ଜଳୀ ଦେଶ ସାରା ଅନେକ ଜାଗାରେ ନିଜର ନେଟୱାର୍କ ସ୍ଥାପନ କରିସାରିଛି | ପତଞ୍ଜଳୀର ଔଷଧଠୁ ଆରମ୍ଭ କରି ବିଭିନ୍ନ ଘରକରଣା ସାମଗ୍ରୀ ଏବଂ ରାସନ ଇତ୍ୟାଦିର ଚାହିଦା ଲୋକଙ୍କ ମଧ୍ୟରେ ବେଶ ଦେଖିବାକୁ ମିଳୁଛି | ସେଥିପାଇଁ କମ୍ପାନୀ ନିଜ ଫ୍ରାଞ୍ଚାଇଜି, ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର ମଧ୍ୟ ବଢ଼ିବାରେ ଲାଗିଛି | ଯଦି ଆପଣ ମଧ୍ୟ ନିଜେ ଏହି ବ୍ୟବସାୟ କରିବାକୁ ଚାହୁଁଛନ୍ତି ତାହେଲେ ମାସକୁ ଲକ୍ଷେରୁ ଅଧିକ ଟଙ୍କା ଆୟ କରିପାରିବେ | ଏଥିପାଇଁ କିଛି ଜରୁରୀ କଥା ଜାଣି ରଖିବା ଦରକାର |

{"id":98849,"width":574,"height":321}


ଭାରତରେ ବର୍ତ୍ତମାନ ପତଞ୍ଜଳୀର ୪୭ ହଜାରରୁ ଅଧିକ ଦୋକାନ ଏବଂ ୩୦୦ରୁ ଅଧିକ ଡିଷ୍ଟ୍ରିବ୍ୟୁଟର ଅଛନ୍ତି | ଦେଶର ୬ଟି ରାଜ୍ୟରେ ପତଞ୍ଜଳୀର କାରଖାନା ରହିଥିବାବେଳେ ୮ଟି ରାଜ୍ୟରେ ଅନେକ ଗୁଡିଏ ଗୋଦାମ ରହିଛି | ପତାଞ୍ଜଳୀର ଗ୍ରୋଥ ରେଟ ୧୦୦ ପ୍ରତିଶତରୁ ମଧ୍ୟ ଅଧିକ | ପତଞ୍ଜଳୀ ବ୍ୟବସାୟ କରିବାର ଏଜେକ ଲାଭ ହେଲା, ଏହାର ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ୨୦ ପ୍ରତିଶତ ଲାଭ ମିଳିଥାଏ ଏବଂ ଡିଲରମାନଙ୍କୁ ଆହୁରି ଅଧିକ ଲାଭ ମିଳିଥାଏ |

{"id":98850,"width":584,"height":327}


ପତଞ୍ଜଳୀ ଚିକିତ୍ସାଳୟ : ଏହାର ଆବେଦନ ପାଇଁ ୮-୧୨ ଲକ୍ଷ ଟଙ୍କା ଦେବାକୁ ହୋଇଥାଏ | ଚିକିତ୍ସାଳୟ ପାଇଁ ୭୫୦ ରୁ ୧୦୦୦ ବର୍ଗ ଫୁଟ ଜାଗା ଦରକାର ହୋଇଥାଏ | ଯେଉଁଠାରେ ଚିକିତ୍ସାଳୟ କରାଯିବ ସେହି ଜାଗାର ଲୋକସଂଖ୍ୟା ୧ ଲକ୍ଷରୁ ଅଧିକ ହୋଇଥିବା ଦରକାର |

{"id":98851}


ପତଞ୍ଜଳୀ ଆରୋଗ୍ୟ କେନ୍ଦ୍ର : ଆରୋଗ୍ୟ କେନ୍ଦ୍ର ପାଇଁ ୬ରୁ ୭ ଲକ୍ଷ ଟଙ୍କା ଦରକାର ହୋଇଥାଏ | ୩୫୦ ରୁ ୫୦୦ ବର୍ଗ ଫୁଟ ଜାଗା ଆବଶ୍ୟକ ଏବଂ ଜାଗାର ଲୋକସଂଖ୍ୟା ୧ ଲକ୍ଷରୁ କମ ହେଲେ ମଧ୍ୟ ଚଳିବ |

{"id":98853}


ରିଟେଲ ଷ୍ଟୋର : ପତଞ୍ଜଳୀ ଦୋକାନ କରିବା ପାଇଁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ଆବଶ୍ୟକ | ଜାଗାର ସେମିତି କିଛି ସୀମା ନାହିଁ କି ଜନସଂଖ୍ୟାକୁ ନେଇ ମଧ୍ୟ କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ |

{"id":98852}


ମେଗା ଷ୍ଟୋର ବା ବାଦ ଦୋକାନ ପାଇଁ ହରିଦ୍ୱାର ସ୍ଥିତ ପତଞ୍ଜଳୀ ଆୟୁର୍ବେଦ କେନ୍ଦ୍ରରୁ ସାମଗ୍ରୀ ରଖିପାରିବେ | ଏଥିପାଇଁ ୫ରୁ ୬୦ ଲକ୍ଷ ପୁଞ୍ଜି ବିନିଯୋଗ କରିବାକୁ ପଡିବ | ପାଖାପାଖି ୩୦୦ ବର୍ଗ ଫୁଟ ଜାଗା ଆବଶ୍ୟକ |

{"id":98855}


ଆମେରିକା, କାନାଡ଼ା, ନ୍ୟୁଜିଲାଣ୍ଡ, ଲଣ୍ଡନ, ଅଷ୍ଟ୍ରେଲିଆ, ଜାପାନ, ଚୀନ, ଦକ୍ଷିଣ କୋରିଆ, ନେପାଳ, ମଧ୍ୟ-ପୂର୍ବାଂଚଳ ଦେଶମାନଙ୍କରେ ପତାଞ୍ଜଳୀର ଫ୍ରାଞ୍ଚାଇଜି ରହିଛି | ଏହି ଦେଶମାନଙ୍କରେ ଯେକୌଣସି ବ୍ୟକ୍ତି ଯେକୌଣସି ଜାଗାରେ ପତଞ୍ଜଳୀ ଷ୍ଟୋର ଖୋଲି ପାରିବେ |

{"id":98854}


ପତଞ୍ଜଳୀ ଡିଷ୍ଟ୍ରିବ୍ୟୁଟର ବା ଡିଲର ହେବା ପାଇଁ ଉତ୍ତରାଖଣ୍ଡ, ହରିଦ୍ୱାର ସ୍ଥିତ ପତାଞ୍ଜଳୀ ଆୟୁର୍ବେଦ ଲିମିଟେଡ଼ ଠିକଣାରେ ଆବେଦନ ଫର୍ମ ପଠାଇ ପାରିବେ | ଆବେଦନ ଫର୍ମ ସହ ପୁରୁଣା ଆୟକର ଟ୍ୟାକ୍ସ ରିଟର୍ନ ଏବଂ ବ୍ୟାଙ୍କ ଆକାଉଣ୍ଟର ଅପଡେଟ ପଠାଇବାକୁ ପଡିବ | ଏଥିପାଇଁ ଆପଣ ଅନଲାଇନ ଆବେଦନ ମଧ୍ୟ କରିପାରିବେ | ଅନଲାଇନ ଆବେଦନ [email protected] ଏହି ସାଇଟକୁ ଯାଇ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.