ଆଇଫା ଆୱାର୍ଡ ୨୦୧୯: ଗ୍ରୀନ କାର୍ପେଟରେ ରାଧିକାଙ୍କ ବୋଲ୍ଡ ଲୁକ୍‌, ଅଲ୍ଲୀ ଫୈଜଲଙ୍କ ସହ ଜମିଲା ଯୋଡି

Published By : Prameya-News7 Bureau | September 18, 2019 IST

ମୁମ୍ବାଇ୧୮|୯: ବଲିଉଡ ଇଣ୍ଡଷ୍ଟ୍ରିର ଓସ୍କାର ଅର୍ଥାତ ଆଇଫା ଆୱାର୍ଡ(ଇଣ୍ଟରନେଶନାଲ ଇଂଡିୟନ ଫିଲ୍ମ ଅକାଦମୀ) ଆନ୍ତର୍ଜାତୀୟ ଭାରତୀୟ ସିନେମା ଅକାଦମୀର ଅନୁଷ୍ଠିତ ହୋଇସାରିଛି। ଚଳିତ ବର୍ଷ ଏହି ଆୱାର୍ଡ ମାୟାନଗରୀ ମୁମ୍ବାଇରେ ଆୟୋଜିତ ହୋଇଥିଲା। ଆଇଫା ଆୱାର୍ଡର ପ୍ରଥମ ରାତିରେ ଆଇଫା ରକ୍ସ ୨୦୧୯ର ଆୟୋଜନ କରାଯାଇଥିଲା। ଏହି ଇଭେଣ୍ଟରେ କ୍ୟାଟ୍ରିନା କୈଫ, ରକୁଲ ପ୍ରୀତ ସିଂହ, ଋଚା ଚଡା, ଅର୍ଜୁନ ରାମପାଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ଗୈବ୍ରିଏଲା ଡେମେଟ୍ରିଆଡ୍‌ସ ସମେତ ଅନେକ ଷ୍ଟାର ଭାଗ ନେଇଥିଲେ।

{"id":159431}

ହେଲେ ଏହି ଇଭେଣ୍ଟର ଷ୍ଟାର ଆଟ୍ରାକସନ ରାଧିକା ଆପ୍‌ଟେ ରହିଛନ୍ତି। ରାଧିକା ଇଭେଣ୍ଟରେ ପହଞ୍ଚିବା ପରେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। କେବଳ ଫିଲ୍ମରେ ନୁହେଁ ରାଧିକା ରିୟଲ ଲାଇଫରେ ମଧ୍ୟ ବହୁତ ବୋଲ୍ଡ।

{"id":159432}

ରାଧିକା ଗ୍ରୀନ କାର୍ପେଟରେ ଅଭିନେତା ଅଲ୍ଲୀ ଫୈଜଲଙ୍କ ସହ ଏଣ୍ଟ୍ରି କରିଥିଲେ। ରାଧିକା ସିଲଭର ଆଉଟ୍‌ଫିଟରେ ବହୁତ ହଟ ଲାଗୁଥିଲେ। ଉଭୟ ଅନେକ ପୋଜ୍‌ ଦେଇ ଫଟୋ ଉଠାଇଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଦର୍ଶକ ଏହି ଫଟୋ ବେଶ ପସନ୍ଦ କରୁଛନ୍ତି।

{"id":159433}

ନିକଟରେ ରାଧିକାଙ୍କ ନେଟଫ୍ଲିକ୍ସର ସୁପରହିଟ୍‌ ୱେବ ସିରିଜ ସେକ୍ରେଡ ଗେମ୍ସ ରିଲିଜ ହୋଇଥିଲା। ସିରିଜରେ ତାଙ୍କ ଭୂମିକାକୁ ବହୁତ ପସନ୍ଦ କରାଯାଇଛି। ଅପରପକ୍ଷରେ ଅଭିନେତା ଅଲ୍ଲୀ ଖୁବ ଶୀଘ୍ର ଫିଲ୍ମ ପ୍ରସ୍ଥାନମ୍‌ରେ ନଜର ଆସିବେ। ଫିଲ୍ମରେ ଫୈଜଲଙ୍କ ସହ ସଂଜୟ ଦତ୍ତ, ମନୀଷା କୋଇରାଲା, ଚଙ୍କି ପାଣ୍ଡେ, ଅମୟାରା ଦସ୍ତୁର ଅଭିନୟ କରିଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.