୩୦୦ ଏମବିପିଏସ୍ ସ୍ପିଡରେ ନେଟ୍ ଯୋଗାଇବ ଷ୍ଟାରଲିଙ୍କ୍, ଘୋଷଣା କଲେ ଏଲନ ମସ୍କ

Published By : Prameya-News7 Bureau | February 23, 2021 IST

ଓ୍ୱାଶିଂଟନ,୨୩/୦୨: ଷ୍ଟାରଲିଙ୍କ୍ ସର୍ଭିସର ଇଣ୍ଟରନେଟ୍ ସ୍ପିଡ୍ ଆହୁରି ଅଧିକ ହେବ । ଏହାସହ କମ୍ପାନୀ ଶସ୍ତାରେ ଲକ୍ଷ ଲକ୍ଷ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ପହଁଚାଇବ ବୋଲି କହିଛନ୍ତି ଟେସଲା ତଥା ସ୍ପେସ୍ ଏକ୍ସର ମୁଖ୍ୟ ଏଲନ୍ ମସ୍କ । ଏହାସହ ଇଣ୍ଟରନେଟର ସ୍ପିଡ୍ ୩୦୦ ଏମବିପିଏଶ ହେବ ବୋଲି ସେ କହିଛନ୍ତି ।

ଏବେ କମ୍ପାନୀ ୫୦ ଏମବିପିଏସରୁ ୧୫୦ ଏମବିପିଏସ ସ୍ପିଡରେ ନେଟ୍ ଦେଉଥିବା ଦାବି କରୁଛି । କମ୍ପାନୀ ନିଜର ୧୨ ହଜାର ସାଟେଲାଇଟ୍ ସାହାଯ୍ୟରେ ଆହୁରି ଅଧିକ ସ୍ପିଡ୍ ନେଟ୍ ଯୋଗାଇବ । ଏନେଇ କାମ ଆରମ୍ଭ ମଧ୍ୟ ହେଲାଣି । ଫଳରେ ସେକେଣ୍ଡ ପିଛା ୩୦୦ ଏମବି ସ୍ପିଡରେ ୟୁଜରଙ୍କୁ ନେଟ୍ ବ୍ରାଉଜ୍ କରିବାର ସୁବିଧା ମିଳିବ । ଏନେଇ ନିଜେ ମସ୍କ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଷ୍ଟାରଲିଙ୍କ୍ ପ୍ରୋଜେକ୍ଟ ପୃଥିବୀର ପ୍ରାୟ ସମସ୍ତ ସ୍ଥାନରେ ନେଟଓ୍ୱାର୍କ ବିସ୍ତାର କରିବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର କାମ ସରିବ । କମରୁ ମଧ୍ୟମ ଜନସଂଖ୍ୟା ଥିବା ସ୍ଥାନରେ ଏହି ସୁବିଧାକୁ ପ୍ରାଥମିକତା ଦେବ କମ୍ପାନୀ ।

ଏବେ ଷ୍ଟାରଲିଙ୍କ୍ ଇନିସିଆଲ୍ ବେଟା ସର୍ଭିସରୁ ଉଭୟ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଦାନ କରୁଛି । ଏହାକୁ ୨୦୨୧ ସୁଦ୍ଧା ଆହୁରି ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖିଛି । ଯେଉଁ ସ୍ଥାନ ଉପାନ୍ତ ଅଞ୍ଚଳରେ ରହିଛି ସେଠାରେ ପ୍ରଥମେ ନେଟ୍ ସୁବିଧା ଦିଆଯିବ ବୋଲି କମ୍ପାନୀ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.