Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ଚେନ୍ନାଇ ସୁପରକିଙ୍ଗ୍ସକୁ ଅଲବିଦା କହିଲେ ତାରକା ସ୍ପିନର ହରଭଜନ ସିଂହ, କହିଲେ- କଣ୍ଟ୍ରାକ୍ଟ ସମାପ୍ତ ହେଲା

20/01/2021 at 5:20 PM

ନୂଆଦିଲ୍ଲୀ ୨୦।୦୧: ତାରକା ସ୍ପିନର  ହରଭଜନ ସିଂହ ଚେନ୍ନାଇ ସୁପରକିଙ୍ଗ୍ସ ସହ ତାଙ୍କ ଅନୁବନ୍ଧ ସମାପ୍ତ ହୋଇଥିବା ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପରକିଙ୍ଗ୍ସର ଅଂଶ ହେବେ ନାହିଁ। ଏଥିସହ ସେ ସିଏସକେକୁ ଅଲବିଦା କହିଛନ୍ତି।

୪୦ ବର୍ଷୀୟ ହରଭଜନ ବୁଧବାର  ଟ୍ଵିଟ୍‌ରରେ ଏହାର ଘୋଷଣା କରି ପ୍ରଶଂସକ ଓ ଫ୍ରାଞ୍ଚାଇଜିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହରଭଜନ ତିନୋଟି ସିଜିନ୍‌ ଚେନ୍ନାଇ ସୁପରକିଙ୍ଗ୍ସର ସଦସ୍ୟ ଥିଲେ। ସେ କହିଛନ୍ତି ଯେ, ଚେନ୍ନାଇ ସହିତ ମୋର କଣ୍ଟ୍ରାକ୍ଟ ସମାପ୍ତ ହୋଇଛି। ଏହି ଦଳରେ ମୋର ଭଲ ସ୍ମୁତି ଓ କିଛି ବହୁତ ଭଲ ସାଥୀ ମିଳିଛନ୍ତି ଯାହାଙ୍କୁ ମୁଁ ଆଗାମୀ ସମୟରେ ଭଲ ଭାବେ ମନେ ରଖିବି।

ହରଭଜନ ୨୦୧୮ରେ ୨ କୋଟି ଟଙ୍କାରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପରକିଙ୍ଗ୍ସର ଅଂଶ ଥିଲେ। ସେସ ୨୦୧୯ରେ ଦଳକୁ ଫାଇନାଲ ପହଞ୍ଚାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ଉକ୍ତ ସିଜିନ୍‌ରେ ୧୧ଟି ମ୍ୟାଚ୍‌ରେ ୧୬ଟି ଓ୍ଵିକେଟ୍ ନେଇଥିଲେ। ହରଭଜନ ବ୍ୟକ୍ତିଗତ କାରଣରୁ ୨୦୨୦ରେ ୟୁଏଇରେ ଆୟୋଜିତ ଆଇପିଏଲରେ ଖେଳି ପାରିନଥିଲେ।

ଚେନ୍ନାଇ ସୁପରକିଙ୍ଗ୍ସ ସବୁଠୁ ସଫଳ ଫ୍ରାଞ୍ଚାଇଜିରେ ସାମିଲ। ଦଳ ତିନି ଥର ଟାଇଟଲ୍‌ ବିଜେତା ରହିଛି।  ହେଲେ ଗତ ସିଜିନ୍‌ରେ ଦଳ ନିମ୍ନମାନର ପ୍ରଦର୍ଶନ କରି ଟେବୁଲ୍ ତାଲିକାର ସପ୍ତମରେ ରହିଥିଲା। ପ୍ରଥମ ଥର ଦଳ ପ୍ଲେଅଫ୍‌ରେ ପହଞ୍ଚି ପାରିନଥିଲା। ଗତ ବର୍ଷର ପ୍ରଦର୍ଶନ ପରେ ପ୍ରବନ୍ଧନ ଏଥର ଦଳରେ ଅନେକ ନୂତନ ଚେହେରା ସାମିଲ କରିବାକୁ ବିଚାର କରୁଛି। ଚଳିତ ବର୍ଷ ଫେବୃଆରୀରେ ଖେଳାଳିଙ୍କ ନିଲାମୀ ହେବ।

   Related Posts