ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

ଆଜି ସଚିବାଳୟରେ ‘ଷ୍ଟାର ରେଟିଙ୍ଗ’ ପ୍ରୋଗ୍ରାମ ଉଦ୍ଘାଟିତ

17/09/2018 at 3:11 PM

ଭୁବନେଶ୍ୱର ୧୭/୯ : ଆଜି ସଚିବାଳୟରେ ଷ୍ଟାର ରେଟିଙ୍ଗ ପ୍ରୋଗ୍ରାମ ଉଦ୍ଘାଟିତ ହୋଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି | ଶିଳ୍ପ କାରଖାନାର ପ୍ରଦୂଷଣ ମାତ୍ରା ପରଖିବା ଏବଂ ଏ ନେଇ ଟିକିନିଖି ବିବରଣୀ ରଖିବା ଏହାର ମୁଖ୍ୟ କାମ | ଷ୍ଟାର ରେଟିଙ୍ଗରେ ୧୩୬ ଟି ଇଣ୍ଡଷ୍ଟ୍ରିକୁ ସାମିଲ କରାଯାଇଛି | ପ୍ରତିଦିନ ଏମାନେ କେତେ ମାତ୍ରାରେ ପ୍ରଦୂଷଣ କରୁଛନ୍ତି ତାହାର ଟିକିନିଖି ବିବରଣୀ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ପ୍ରଦାନ କରିବ | ସେହି ଅନୁସାରେ ସେମାନଙ୍କୁ ରେଟିଙ୍ଗ ଦିଆଯିବ | ରେଟିଙ୍ଗ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ବୋର୍ଡ ସେମାନଙ୍କୁ ନୋଟିସ ଜାରି କରିବ | ଅତ୍ୟଧିକ ପ୍ରଦୂଷଣ କରୁଥିବା ଇଣ୍ଡଷ୍ଟ୍ରିକୁ ବନ୍ଦ ପାଇଁ ମଧ୍ୟ ନୋଟିସ ଜାରି କରିପାରେ | ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ବିଭାଗ ପ୍ରମୁଖ ଅଡ଼ି ଉପସ୍ଥିତ ଥିଲେ |

   Related Posts