ଟ୍ରୋଲର୍ସଙ୍କ ଭୟରେ ନିଜ କମେଣ୍ଟ ସେକ୍ସନ୍ ଅଫ୍ କଲେ ଆଲିୟା ଭଟ୍ଟ ସମେତ ୬ଜଣ ଷ୍ଟାର କିଡସ୍

Published By : Prameya-News7 Bureau | June 23, 2020 IST

ମୁମ୍ବାଇ ୨୩/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ସୋସିଆଲ୍ ମିଡିଆ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଭିନ୍ନ ଭିନ୍ନ ପ୍ରକାରର ବିବାଦ ସୃଷ୍ଟି ହୋଇଛି। ନେପୋଟିଜମଠୁ ଆରମ୍ଭ କରି ଆଉଟସାଇଡର୍ସକୁ ନେଇ ଲଗାତାର କମେଣ୍ଟ କରାଯାଉଛି ଏବଂ ୟୁଜର୍ସ କେତେକ ଷ୍ଟାରକିଡସଙ୍କୁ ଟ୍ରୋଲ୍ କରୁଛନ୍ତି। କେତେକ ଷ୍ଟାର୍ ଲଗାତାର ଟ୍ରୋଲ୍ ହେବା ପରେ ସୋସିଆଲ୍ ମିଡିଆରୁ ନିଜକୁ ଅଲଗା କରି ଦେଇଛନ୍ତି ଏବଂ କେତେକ ଷ୍ଟାର୍ ସୋସିଆଲ୍ ମିଡିଆରେ ନିଜ କମେଣ୍ଟ ସେକ୍ସନକୁ ଅଫ୍ କରି ଦେଇଛନ୍ତି। ଷ୍ଟାରଙ୍କ କମେଣ୍ଟ ସେକ୍ସନ୍ ଅଫ୍ କରିବା ପରେ ଏବେ କେହି ବ୍ୟକ୍ତି ତାଙ୍କ ପୋଷ୍ଟରେ କମେଣ୍ଟ କରି ପାରିବ ନାହିଁ।

{"id":290292,"sizeSlug":"large"}

ଅଭିନେତ୍ରୀ ସୋନମ୍ କପୁର ସର୍ବ ପ୍ରଥମେ ନିଜ କମେଣ୍ଟ ସେକ୍ସନ୍ ଅଫ୍ କରିଥିଲେ ଯାହା ପରେ ଏବେ କେତେକ ଷ୍ଟାର୍ ନିଜ କମେଣ୍ଟ ସେକ୍ସନରେ ସାଧାରଣ ୟୁଜର୍ସଙ୍କ କମେଣ୍ଟ କରିବା ଉପରେ ରୋକ ଲଗାଇ ଦେଇଛନ୍ତି। ସୋସିଆଲ୍ ମିଡିଆରେ ଲଗାତାର ନେପୋଟିଜମର ଅଭିଯୋଗ ସହିବା ପରେ ଆଲିୟା ଭଟ୍ଟ,କରୀନା କପୁର ଏବଂ କରଣ ଜୋହର ନିଜ କମେଣ୍ଟରେ ଲିମିଟ୍ ଲଗାଇ ଦେଇଛନ୍ତି। ଏବେ ତାଙ୍କ ପୋଷ୍ଟ​‌ରେ କେବଳ ତାଙ୍କ କ୍ଲୋଜ୍ ଫ୍ରେଣ୍ଡସ୍ ହିଁ କମେଣ୍ଟ କରି ପାରିବେ ଏବଂ ସବୁ ଲୋକ ତାଙ୍କ ପୋଷ୍ଟରେ ନିଜ ପ୍ରତିକ୍ରିୟା ଦେଇ ପାରିବେ ନାହିଁ।

{"id":290293,"sizeSlug":"large"}

ଏହି ଷ୍ଟାରଙ୍କ ବ୍ୟତୀତ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ୍,ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ଇନଷ୍ଟାଗ୍ରାମରେ ନିଜ କମେଣ୍ଟସ୍ ଉପରେ ଲିମିଟସ୍ ଲଗାଇ ଦେଇଛନ୍ତି। ଏହା ପୂର୍ବରୁ ସୋନମ୍ କପୁର ଲଗାତାର ଟ୍ରୋଲ୍ ହେବା ପରେ ନିଜ କମେଣ୍ଟସ୍ ରେ ସାଧାରଣ ଲୋକଙ୍କ କମେଣ୍ଟ କରିବା ଉପରେ ରୋକ ଲଗାଇଥିଲେ ଯାହା ପରେ ଏବେ କେତେକ ଷ୍ଟାର ଟ୍ରୋଲର୍ସଠୁ ବର୍ତ୍ତିବା ପାଇଁ ଏହି ଫର୍ମୁଲା ଅବଲମ୍ବନ କରୁଛନ୍ତି।

{"id":290294,"sizeSlug":"large"}

ନିକଟରେ ସୋନମ୍ କପୁର ଏକ ଟ୍ବିଟ୍ କରିଥିଲେ ଯେ କାହା ମୃତ୍ୟୁ ପରେ ତାଙ୍କ ଗାର୍ଲଫ୍ରେଣ୍ଡ,ଏକ୍ସ ଗାର୍ଲଫ୍ରେଣ୍ଡ,ପରିବାର ଏବଂ ବନ୍ଧୁଙ୍କୁ ଦାୟୀ କରିବା ଭୁଲ୍ ଅଟେ। ଏହା ପରେ ସୋନମ୍ କପୁରଙ୍କୁ ଟ୍ରୋଲ୍ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.