ବିଦେଶରେ ଭାରତୀୟ ଧାବିକାଙ୍କ ବଡ ଧମାକା, ପୋଜନାନ ଏଥଲେଟିକ୍ସ ଗ୍ରାଁ.ପ୍ରିରେ ସ୍ୱର୍ଣ୍ଣ ଜିତିଲେ ହିମା ଦାସ
5/07/2019 at 6:32 PM

ପୋଜନାନ: ପୋଲାଣ୍ଡର ପୋଜନାନରେ ଅନୁଷ୍ଠିତ ହେଉଥିବା ଆଥଲେଟିକ ଗ୍ରାଣ୍ଡ ପ୍ରିକ୍ସରେ ମହିଳାଙ୍କ ୨ଶହ ମିଟର ଦୌଡରେ ଭାରତୀୟ ଧାବିକା ହିମା ଦାସ ସ୍ୱର୍ଣ୍ଣ ଜିତିଛନ୍ତି। ଆଇସିସି ୱାର୍ଲଡ କପ୍ ରେ ଭାରତ ଉଲ୍ଳେଖନୀୟ ପ୍ରଦର୍ଶନ କରୁଥିବା ବେଳେ ବିଦେଶ ମାଟିରେ ଦେଶକୁ ଆଉ ଏକ ବଡ ସଫଳତା ଦେଇଛନ୍ତି ହିମା । ସେ ମାତ୍ର ୨୩.୬୫ ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରି ରେସ୍ ଟ୍ରାକ୍ ରେ ଦେଶକୁ ଗୌରବାନ୍ୱିତ କରିଛନ୍ତି।

୪ଶହ ମିଟର ଜୁନିୟର ଚାମ୍ପିୟନ ତଥା ରାଷ୍ଟ୍ରୀୟ ରେକର୍ଡଧାରୀ ହୀମା ଗତ କିଛି କାଳ ହେଲା ପିଠିରେ ଯନ୍ତ୍ରଣା ଜନିତ ସମସ୍ୟାରେ ପୀଡିତ ଥିଲେ। ତେବେ ସୁସ୍ଥ ହେବା ପରେ ସେ ଟ୍ରାକକୁ ଓହ୍ଲାଇଥିବା ବେଳେ ଚଳିତ ବର୍ଷର ପ୍ରଥମ ଦୌଡରେ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ସଫଳତା ନିମନ୍ତେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।

ପୋଜନାନରେ କେବଳ ଦୌଡ ନୁହେଁ ସଟ୍ ପୁଟ୍ ଥ୍ରୋରେ ମଧ୍ୟ ଭାରତକୁ ସଫଳତା ମିଳିଛି। ସଟ୍ ପୁଟର ତେଜେନ୍ଦର ପାଲ ସିଂ ତୁର ୧୯.୬୨ ମିଟର ସଟ୍ ପୁଟ୍ ଫିଙ୍ଗି କାଂଶ୍ୟପଦକ ବିଜୟୀ ହୋଇଛନ୍ତି। ତେଜେନ୍ଦରଙ୍କ ବ୍ୟତୀତ ଆଥଲେଟ୍ ଭି.କେ. ବିସ୍ମୟ ତୃତୀୟ ସ୍ଥାନରେ ରହି କାଂଶ୍ୟ ହାସଲ କରିଛନ୍ତି।