Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଜୋର୍ ଧରିଲାଣି ପ୍ରଚାର, ଗ୍ରାଉଣ୍ଡରେ ପ୍ରାର୍ଥୀଙ୍କ ସହ ଷ୍ଟାର୍ ପ୍ରଚାରକ

3/04/2019 at 9:18 AM

ଭୁବନେଶ୍ବର ୩|୪ : ନିର୍ବାଚନ ପାଖେଇ ଆସୁଥିବା ବେଳେ ଜମିଲାଣି ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗ୍ରାଉଣ୍ଡରେ ନେତାମାନେ ପହଞ୍ଚିଗଲେଣି । ପଶ୍ଚିମ ଓଡିଶାରେ ବିଜେପି ଜୋରଦାର ପ୍ରଚାର ଆରମ୍ଭ କରିଛି ।  କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏବଂ ରାୟଗଡା ଜିଲ୍ଲା କାଶୀପୁରରେ  ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି  ଧର୍ମେନ୍ଦ୍ର । ବିଜେଡି ସରକାରଙ୍କ ପାଇଁ କୋରାପୁଟରେ ବିକାଶ ହୋଇପାରୁନାହିଁ । ଖଣି ଅଂଚଳର ଆଦିବାସୀଙ୍କ ବିକାଶ ପାଇଁ ମୋଦି ଡିଏମଏଫ ଫଣ୍ଡର ବ୍ୟବସ୍ଥା କରିଥିବା ବେଳେ ଫଣ୍ଡରେ ଥିବା ସାଢେ ୬ ହଜାର କୋଟି ଟଙ୍କାକୁ ନବୀନ ସରକାର ଖର୍ଚ୍ଚ କରିପାରୁନାହାନ୍ତି ।

ସେହିଭଳି ଓଡିଶାର ବିକାଶ ପାଇଁ ନରେନ୍ଦ୍ର ମୋଦି ୫ ବର୍ଷରେ ସାଢେ ୫ ଲକ୍ଷ କୋଟି ଦେଇଛନ୍ତି । ସେହି ପଇସାକୁ ବି ବିଜେଡି ସରକାର ଖର୍ଚ୍ଚ କରିପାରୁନାହିଁ । ଓଡିଶାରେ ମୋଦିଙ୍କ ସରକାରରେ ବିଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ ଲକ୍ଷ ଗରିବ ପରିବାରକୁ ପକ୍କା ଘର ମିଳିଛି, ୨୪ ଲକ୍ଷ ଘରକୁ ମାଗଣା ବିଜୁଳି ଓ ସ୍ୱାଧୀନତାର ୭୦ ବର୍ଷ ପରେ ମାଗଣାରେ ୩ ହଜାର ଗାଁରେ ମାଗଣା ବିଜୁଳି ପହଁଚିଛି, ୪୨ ଲକ୍ଷ ଗରିବ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ  ମିଳିଛି, ପ୍ରାୟ ଦେଢ କୋଟି ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି, ୫୦ ଲକ୍ଷ ଶୌଚାଳୟ ବନାଯାଇଛି । ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । 

   Related Posts