Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପୁର ଆସନ ଦଖଲ ପାଇଁ ବିଭିନ୍ନ ରାଜନୈତିକ ଦଳର ରଣନୀତି ପ୍ରସ୍ତୁତ, ପ୍ରଚାର ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକଙ୍କ ସହ ହେଭିୱେଟ୍ ନେତା

ବିଜେପୁର ୧୦।୧୦: ନିର୍ବାଚନୀ ପ୍ରଚାରରେ କମ୍ପିବ ବିଜେପୁର । ବିଭିନ୍ନ ରାଜନୈତିକ ଦଳ ବିଜେପୁର ଆସନ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ, ହେଭିୱେଟ ନେତା ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ ।

ବିଜେଡିର ଉପକୂଳିଆ ନେତା ବିଜେପୁର ମୁହାଁ ହୋଇଥିବା ବେଳେ ଆଜିଠୁ କଂଗ୍ରେସ ଓ ବିଜେପିର ହେଭିୱେଟ୍ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ । ପ୍ରଚାର ପାଇଁ ହାତରେ ମାତ୍ର ୧୦ ଦିନ ଥିବାରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ପୃଥକ ପୃଥକ ରଣନୀତି ପ୍ରସ୍ତୁତ କରିଛନ୍ତି ତିନି ଦଳ ।

ଏପଟେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବରଗଡ଼ରେ ପୋଲିସ ଡିଜି ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି । ପ୍ରଚାର ଦୁଇ ଦିନ ଟିକେ ମାନ୍ଦା ପଡିବା ପରେ ଏବେ ଗାଁକୁ ଗାଁ ଗଳି କନ୍ଦି ବୁଲୁଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ।

ଗତକାଲି ବରପାଲି ବ୍ଲକ୍ ଭଟ୍ଟିଗାଁରେ ଡୋର ଟୁ ଡୋର କ୍ୟାମ୍ପନକୁ ଫୋକସ୍ କରିଥିଲେ ଦିଲୀପ । ଏପଟେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଗାଇସିଲଟରେ ପ୍ରଚାର କରିଛନ୍ତି ପ୍ରଦୀପ ପୁରୋହିତ । ଦୁଇ ତିନି ଦିନ ଭିତରେ ଦଳର ହେଭିୱେଟ୍ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା ପ୍ରମୁଖ ମଇଦାନକୁ ଓହ୍ଲାଇବେ ।

ଦିଲ୍ଲୀନେତା ମନୋଜ ତିୱାରୀ ଓ ସ୍ମୃତି ଇରାନିଙ୍କୁ ବି ଦଳ ବିଜେପୁର ବ୍ୟାଟେଲରେ ଅବତୀର୍ଣ୍ଣ କରିବାକୁ ରଣନୀତି କରିଛି । ସେପଟେ ବିଜେଡିର ପୁରା ଟିମ୍ ବି ମୁକାବିଲା ପାଇଁ ଜବରଦସ୍ତ ପ୍ରସ୍ତୁତି କରିଛନ୍ତି ରୀତା ସାହୁ ।

153 Views

   ସମ୍ବନ୍ଧିତ ଖବର