ସ୍ଥାପନ ହେଲା 'ସମ୍ପର୍କ ଶିବିର': ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରାଶାସନର ଉଦ୍ୟମ

Published By : Prameya-News7 Bureau | February 25, 2020 IST

ମାଲକାନଗିରି୨୫/୨: ପ୍ରଶାସନ ଓ ସାଧାରଣ ପ୍ରଜାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ମାଲକାନଗିରି ଜିଲ୍ଲାରେ ଆୟେ।ଜିତ ହୋଇଛି ସମ୍ପର୍କ ଶିବିର । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ସିଧା ସଳଖ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଜିଲ୍ଲା ପ୍ରଶାସନର ଏହା ହେଉଛି ଏକ ଉଦ୍ୟମ ।

ସମ୍ପର୍କ ଶିବିରରେ ଜିଲ୍ଲାର ବିଭିନ୍ନ ପ୍ରଜାତିର ଆଦିବାସୀ ଲୋକେ ସେମାନଙ୍କର ନିଜ ଅଞ୍ଚଳର କୃଷି ଜାତୀୟ ଦ୍ରବ୍ୟ ନେଇ ଆସିଥିଲେ । ଏଥି ସହ ନିଜ ନିଜ ଭିତରେ ସୁ ସମ୍ପର୍କ ସ୍ଥାପନ କରିବା ଲାଗି ପାରମ୍ପରିକ ନାଚ ଗୀତ ମଧ୍ୟ କରିଥିଲେ । ବିଶେଷ କରି  ଆଦିବାସୀ ଯୁବକ ଓ ମହିଳାଙ୍କ ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ସ୍ଵାଗତ କରିଛନ୍ତି ମହିଳା ମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.