୨୦୨୦ଇକୋନମିକ୍ସ ନୋବେଲ ପାଇବେ ୨ ଆମେରିକୀୟ, ପଲ୍ ଆର୍. ମିଲଗ୍ରୋମ ଓ ରବର୍ଟ ବି.ୱିଲସନ୍

Published By : Prameya-News7 Bureau | October 12, 2020 IST

ସ୍ୱିଡେନ୍‌ ୧୨।୧୦:  ଦି ରୟାଲ ସ୍ୱିଡିସ୍ ଆକାଡେମୀ ଅଫ ସାଇନ୍ସ ୨୦୨୦ ବର୍ଷ ଲାଗି ଇକୋନମିକ୍ସ ସାଇନ୍ସରେ  ସଭର୍ଗିସ୍ ରିକସବ୍ୟାଙ୍କ ପୁରସ୍କାର ଘୋଷଣା କରିଛନ୍ତି। ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଦିଆଯାଉଥିବା ଏହି ପୁରସ୍କାର ଚଳିତବର୍ଷ ଆମେରିକା ଷ୍ଟାନଫୋର୍ଡ ୟୁନିଭର୍ସିଟିର ପଲ ଆର.ମିଲଗ୍ରୋମ ଓ ରବର୍ଟ ବି.ୱିଲସନ୍‌ଙ୍କୁ ପ୍ରଦାନ କରାଯିବ। 'ଇମ୍ପ୍ରୁଭମେଣ୍ଟସ ଟୁ ଅକ୍ସନ ଥିଓରି ଏଣ୍ଡ ଇନଭେନସନ ଅଫ ନ୍ୟୁ ଅକ୍ସନ ଫର୍ମାଟ୍‌ସ' ଲାଗି ସେମାନଙ୍କୁ ଏହି ପୁରସ୍କାର ଯୌଥ ପ୍ରଦାନ କରାଯିବ।

wp:html /wp:html

ପରିବର୍ତ୍ତିତ ବିଶ୍ୱରେ ସାମଗ୍ରୀ ଓ ସେବା ନିଲାମ ସନ୍ଦର୍ଭରେ ସେମାନଙ୍କ ନୂତନ ଆବିଷ୍କାର ସାରା ବିଶ୍ୱରେ ବିକ୍ରେତା, କ୍ରେତା ଓ ଶୁଳ୍କଦାତାଙ୍କୁ ଲାଭାନ୍ୱିତ କରିଛି। ବର୍ତ୍ତମାନ ସମୟରେ ପାରମ୍ପରିକ ଅକ୍ସନ ଦ୍ୱାରା ସାମଗ୍ରୀ ଓ ସେବା ବିକ୍ରୟ  ଅସମ୍ଭବ ବ୍ୟାପର। ଏଥିରେ ଦୁଇ ଅର୍ଥନୀତିଜ୍ଞଙ୍କ ନୂଆ ଆର୍ଥିକ ପରିକଳ୍ପନା ବାସ୍ତବିକ ସମୟୋପଯୋଗୀ।

{"id":343089,"width":576,"height":657,"sizeSlug":"large"}

ଏପର୍ଯ୍ୟନ୍ତ ଲୋକେ ସେମାନଙ୍କ ସାମଗ୍ରୀକୁ ସବୁଠୁ ଅଧିକ ମୂଲ୍ୟ ଦେଉଥିବା ଲୋକଙ୍କୁ ବିକୁଥିଲେ। ସେହିପରି କିଣିବା ବେଳେ ସର୍ବନିମ୍ନ ମୂଲ୍ୟ ପ୍ରତି ପ୍ରାଥମିକତା ଦେଉଛନ୍ତି। ଏଥିରେ ନିଲାମର ବିଭିନ୍ନ ନିୟମ ଓ ଚୂଡାନ୍ତ ମୂଲ୍ୟନିର୍ଦ୍ଧାରଣ ଲାଗି ସେମାନଙ୍କ ଥିଓରି ବେଶ ଉପଯୋଗୀ ସାବ୍ୟସ୍ତ ହେଉଛି। ଏଥିରେ ରବର୍ଟ ବି. ୱିଲସନ୍‌  ଅକ୍ସନ ଲାଗି ଥିଓରି ବିକଶିତ କରିଥିବା ବେଳେ ପଲ ମିଲଗ୍ରୋମ ଏଥିଲାଗି ଅଧିକ ସାଧାରଣ ଥିଓରୀ ସୃଷ୍ଟି କରିଛନ୍ତି।

{"id":343090,"width":575,"height":765,"sizeSlug":"large"}

ମୂଲ୍ୟ ସର୍ବଦା ଅନିଶ୍ଚିତ, ତେବେ ପରେ ଏହା ସମସ୍ତଙ୍କ ଲାଗି ସମାନ ହୋଇଥାଏ। ତେବେ ମୁଲାମୁଲି ବେଳେ ସମସ୍ତେ ସାଧାରଣ ମୂଲ୍ୟ ହିଁ ଦେଇଥାନ୍ତି। ଏଥିରେ ଅନେକ ସମୟରେ ଲୋକେ ଅଧିକ ମୂଲ୍ୟ ଦେଇ ଠକିଯାଆନ୍ତି।  ତେବେ ୱିଲସନ୍‌ଙ୍କ ଥିଓରି ଏଥିରେ ଥିବା ଅବଧାରଣା ଦୂର କରିବାରେ ସହାୟକ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.