ହାତୀ-ମଣିଷ ସଂଘର୍ଷ ବଢ଼ାଇଲା ଚିନ୍ତା : ଗଜରାଜଙ୍କ ସୁରକ୍ଷା ପାଇଁ ହେବ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଡିଓର, ଖୋଲାଯିବ କଣ୍ଟ୍ରୋଲରୁମ

Published By : Prameya-News7 Bureau | June 27, 2020 IST

ଭୁବନେଶ୍ୱର ୨୭/୦୬ :  ରାଜ୍ୟରେ ହାତୀ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଜିଓର ବା ଏସଓପି ଜାରି କରିଛି ବନ ବିଭାଗ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବା ପିସିସିଏଫ୍‌ ବନ୍ୟପ୍ରାଣୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରେଞ୍ଜ ଅଫିସ ପର୍ଯ୍ୟନ୍ତ କଣ୍ଟେ୍ରାଲରୁମ୍‌ ଖୋଲାଯିବ । ଏହି କଣ୍ଟେ୍ରାଲ ରୁମ୍‌ ଗୁଡ଼ିକ ୨୪ଘଣ୍ଟା ହାତୀଙ୍କ ଗତିବିଧି ଉପରେ ନଜର ରଖିବେ । ହାତୀ ଓ ମଣିଷର ସୁରଡ଼ା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । …..

{"id":292487,"sizeSlug":"large"}

ଓଡ଼ିଶାରେ ହାତୀ-ମଣିଷ ସଂଘର୍ଷ ଶୀର୍ଷରେ ପହଞ୍ଚିଛି । ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ମଣିଷ ମଧ୍ୟ ହାତୀ ଆକ୍ରୋଶର ଶିକାର ହେଉଛନ୍ତି । ସ୍ଥିତି ଏମିତି ହୋଇଛି ଯେ, ଗଲା ୨୫ଦିନ ଭିତରେ ବିଭିନ୍ନ କାରଣ ପାଇଁ ରାଜ୍ୟରେ ୫ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣଙ୍କ ଜୀବନ ଯାଇଛି । ୨୦୧୮-୧୯ରେ ୯୩ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୮୫ଜଣ ପ୍ରାଣ ହରାଇଛନ୍ତି । ଏହାକୁ ନଜରରେ ରଖି ଏବେ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ଏସଓପି ଜାରି କରିଛି ବନ ବିଭାଗ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବା ପିସିସିଏଫ୍‌ ବନ୍ୟପ୍ରାଣୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରେଞ୍ଜ ଅଫିସ ପର୍ଯ୍ୟନ୍ତ କଣ୍ଟେ୍ରାଲରୁମ୍‌ ଖୋଲାଯିବ । ଏହି କଣ୍ଟେ୍ରାଲ ରୁମ୍‌ ଗୁଡ଼ିକ ୨୪ଘଣ୍ଟା ହାତୀଙ୍କ ଗତିବିଧି ଉପରେ ନଜର ରଖିବେ ।

{"id":292490,"sizeSlug":"large"}

ଡିଭିଜନସ୍ତରରେ ଏସିଏଫ୍‌ଙ୍କ ନେତୃତ୍ବରେ ଗଠିତ ଟିମ୍‌ରେ ଜଣେ ରେଞ୍ଜ ଅଫିସର, ଜଣେ ଡେପ୍ୟୁଟି ରେଞ୍ଜର, ୨ଜଣ ଫରେଷ୍ଟର ଓ ୩ଜଣ ଫରେଷ୍ଟ ଗାର୍ଡ଼ ରହିବେ । କନ୍‌ଟ୍ରୋଲ ରୁମ୍‌ ନମ୍ବର ଡିଭିଜନର ସମସ୍ତ ଷ୍ଟାଫ୍‌, ରେଞ୍ଜ ଅଫିସର, ପାଖ ରେଞ୍ଜ ଅଧିକାରୀ. ବନ ସୁରକ୍ଷା ସମିତି ସଭାପତି ଓ ଅନ୍ୟ ପ୍ରମୁଖ ସଦସ୍ୟଙ୍କ ନିକଟରେ ରହିବ । ଡିଭିଜନ ସ୍ତରରେ ଏକ ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ ଗଠନ ହେବ ।  ହାତୀମାନେ ଯଦି ଟ୍ରେନ୍‌ ଲାଇନ୍‌, ବିଦ୍ୟୁତ ତାର, ଜାତୀୟ ଓ ରାଜ୍ୟ ରାଜପତ ନିକଟରେ ରହିଥାନ୍ତି କିମ୍ବା ଲୋକଙ୍କୁ ଆକ୍ରମଣ କରିଥାନ୍ତି, ହାତୀଙ୍କର ମୃତ୍ୟୁ କିମ୍ବା ଆହତ ହୋଇଥିବା ଜଣାପଡ଼େ, ତେବେ  ଡିଭିଜନ କନ୍‌ଟ୍ରୋଲ ରୁମ୍‌କୁ ତୁରନ୍ତ ଖବର ଦେବାକୁ କୁହାଯାଇଛି ।

{"id":292488,"sizeSlug":"large"}

ଗଲା ୫ବର୍ଷରେ ୭୭୮ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ମଣିଷ ଲଢ଼େଇରେ ୫୧୨ଜଣଙ୍କ ପାଣହାନୀ ଘଟିଛି । ବର୍ତମାନ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ବନବିଭାଗ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ବିଶେଷଜ୍ଞ । ତେବେ ଏଥିରେ କେବଳ ବନ ବିଭାଗ ନୁହେଁ, ରେଲଓ୍ନେ, ବିଦ୍ୟୁତ ବିଭାଗ,  କୃଷି ବିଭାଗ ମଧ୍ୟରେ ସମନ୍ବୟ ନରହିଲେ ଏଭଳି ଘଟଣାକୁ ରୋକାଯାଇପାରିବ ନାହିଁ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ ।

{"id":292489,"sizeSlug":"large"}

ଅନେକ ସମୟରେ ହାତୀମାନେ ଫସଲ ନଷ୍ଟ କରୁଥିବାରୁ ହାତୀ-ମଣିଷ ଲଢ଼େଇ ଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି । ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ୍‌ କ୍ଷତିପୂରଣ ଏଭଳି ପରିସ୍ଥିତିକୁ ରୋକିବାରେ ସହାୟକ ହେବ ବୋଲି ଅନେକଙ୍କ ମତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.