Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଭାରତରେ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲମାନ : ୪୪ବିଲିୟନ ଡଲାର ବିନିଯୋଗ ପାଇଁ ଚୁକ୍ତି, ଆତଙ୍କବାଦ ବିରୋଧରେ ଭାରତ ସହ ରହିବାକୁ ପ୍ରତିଶୃତି

20/02/2019 at 2:41 PM

ନୂଆଦିଲ୍ଲୀ ୨୦|୨: ଭାରତରେ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲମାନ। ସାଉଦି ଯୁବରାଜ ସଲମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ୫ଟି ରାଜିନାମା ସ୍ବାକ୍ଷରିତ ହୋଇଛି । ଭାରତରେ ୪୪ ବିଲିୟନ ଡଲାର ବିନିଯୋଗ ସାଉଦି ଆରବ । ଭାରତ ଏବଂ ସାଉଦି ଆରବ ମଧ୍ୟରେ ଶକ୍ତି, ପର୍ଯ୍ୟଟନ, ବ୍ୟବସାୟ, ପ୍ରସାରଣ, ସୋଲାର କ୍ଷେତ୍ରରେ ବୁଝାମଣା ସ୍ବାକ୍ଷରିତ ହୋଇଛି ।

ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାଉଦି ଆରବ ସହ ଭାରତର ସଂପର୍କ ଆହୁରି ମଧ୍ୟ ପ୍ରଗାଢ ହୋଇଛି । ସାଉଦି ଆରବ ଭାରତର ସବୁଠୁ ମହତ୍ବପୂର୍ଣ୍ଣ ସହଯୋଗୀମାନଙ୍କ ମଧ୍ୟରେ । ସାଉଦି ଆବର ଭାରତର ପଡୋଶୀମାନଙ୍କ ମଧ୍ୟରେ ରହିଛି ।

ସେହିଭଳି ସାଉଦି ଆରବ ଯୁବରାଜ କହିଛନ୍ତି ମହମ୍ମଦ ବିନ୍ ସଲମାନ କହିଛନ୍ତି ଆତଙ୍କବାଦ ବିରୋଧରେ ସେ ଭାରତ ସହ ରହିଛନ୍ତି । ଭାରତ ସହ ଗୁଇନ୍ଦା ସୂଚନା ଦେବା ସହ ଭାରତର ସବୁ ପଦକ୍ଷେପରେ ସହଯୋଗ ମଧ୍ୟ କରିବେ । ସେ ଭାରତକୁ ସବୁଥିରେ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି । ସମସ୍ତଙ୍କ ସହ ମିଳିମିଶି ଆମେ ଆଗାମୀ ପୀଢିଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କାମ କରିବା ଉଚିତ୍ ।

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲମାନ । ସଲମାନ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଥିଲେ । ରାଷ୍ଟ୍ରପତି ଭବନରେ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ମଧ୍ୟ ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବାଗତ ସମ୍ବର୍ଦ୍ଧନା ସମାରୋହରେ ଉପସ୍ଥିତ ଥିଲେ ।  

   Related Posts