Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସର୍ବସାଧାରଣ ସ୍ଥାନରେ ସେକ୍ସ କରିବାକୁ ବାଧ୍ୟ କରିଥିଲେ…, ଯୌନ ଉତ୍ପୀଡ଼ନ ନେଇ ଆସିଥିବା ଅଭିଯୋଗ ଉପରେ ଜବାବ ରଖିଲେ କମେଡିଆନ୍‌ ସଞ୍ଜୟ ରାଜୌରା

24/09/2021 at 8:37 PM

ମୁମ୍ବାଇ ୨୪/୦୯: ଷ୍ଟାଣ୍ଡଅପ୍‌ କମେଡିଆନ୍‌ ଏବଂ ଏସି କି ତୈସି ଡେମୋକ୍ରେସି ଟିମର ସଦସ୍ୟ ସଞ୍ଜୟ ରାଜୌରା ତାଙ୍କ ଉପରେ ଆସିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗ ଉପରେ ଜବାବ ଦେଇଛନ୍ତି  । ଇନଷ୍ଟାଗ୍ରାମରେ ତାଙ୍କ ଉପରେ ହୋଇଥିବା ଯୌନ ଶୋଷଣ ଅଭିଯୋଗ ଉପ​‌ରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ସିଦ୍ଧାନ୍ତ ସ୍ପଷ୍ଟ ଏବଂ ସ୍ବଚ୍ଛ। ଲୁଚାଇବାକୁ ଏବଂ ଭୟ କରିବାର କିଛି ନାହିଁ। ରାଜୌରା ଫେସବୁକ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି, ‘ନମସ୍କାର , ମୋ ଉପରେ ଆସିଥିବା ଅଭିଯୋଗ ସମ୍ପର୍କରେ ଇନଷ୍ଟାଗ୍ରାମରେ ଜାଣିବାକୁ ପାଇଲି। ଯାହାକି କାଲି ପୋଷ୍ଟ ହୋଇଥିଲା । ଏଥିରେ ଦୁଇଟି ପୋଷ୍ଟ ରହିଛି। ଯାହାକି ମୋ ଉପରେ ଅଭିଯୋଗ ଲଗାଇଛି।’

ଏହା ବ୍ୟତୀତ ସେ ଲେଖିଛନ୍ତି ଯେ ସମସ୍ତ ଅଭିଯୋଗ କାଳ୍ପନିକ। ଏସବୁ ମିଥ୍ୟା ଅଭିଯୋଗର ସାମ୍ନା କରିବା ପାଇଁ ମୋ ପାଖରେ ପ୍ରର୍ଯ୍ୟାପ୍ତ ପ୍ରମାଣ ରହିଛି। ନିକଟରେ ଇନଷ୍ଟାଗ୍ରାମରେ ତିଆରି କରାଯାଇଥିବା ଆକାଉଣ୍ଟ ମାଧ୍ୟମରେ ରାଜୌରାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଯାଇଛି। ଏଥିରେ ରାଜୌରା ତାଙ୍କ ସହ ସେକ୍ସ ଭିଡିଓ ତିଆରି କରିବାକୁ ଚାହୁଁଥିଲେ। କିନ୍ତୁ ସେ ମନା କରିଦେଇଥିଲେ ବୋଲି ଲେଖିଯାଇଛି । ପରେ ଉଲଗ୍ନ ନହୋଇ ଇଣ୍ଟିମେଟ୍‌ ସିନ୍‌ କରିବା ପାଇଁ ସହମତି ପ୍ରକାଶ ପାଇଥିଲା। କିନ୍ତୁ ଏବେ ଯାଏ ସେ ଭିଡିଓ ମିଳିନାହିଁ ବୋଲି ଇନଷ୍ଟାରେ ଲେଖିଛନ୍ତି ତାରା ନାମକ ଜଣେ ମହିଳା।

ଏହା ବ୍ୟତୀତ ରାଜୌରା ସର୍ବସାଧାରଣ ସ୍ଥାନରେ ତାଙ୍କ ସହ ସେକ୍ସ କରିବାକୁ କହିଥିଲେ। ସିଗାରେଟ୍‌ ପିଇବା ପାଇଁ ବାଧ୍ୟ କରିଥି​‌ଲେ ବୋଲି ମହିଳା ଲେଖିଛନ୍ତି। ସଞ୍ଜୟ ରାଜୌରାଙ୍କ ବିରୋଧରେ #MeToo ଅଭିଯୋଗ ଆଣିଛନ୍ତି ତାରା (ପରିବର୍ତ୍ତିତ ନାମ) ନାମକ ଜଣେ ମହିଳା। ଅନ୍ୟପଟେ ରାଜୌରା କହିଛନ୍ତି, ଏମିତି ଏକ ଆକାଉଣ୍ଟ ମାଧ୍ୟମରେ ତାଙ୍କ ଉପରେ ଅଭିଯୋଗ ଆଣିବା ଯୁକ୍ତିଯୁକ୍ତ ନୁହେଁ। ଅତିକମରେ କିଛିଟା ସ୍ବଚ୍ଛତା ରହିବା ଦରକାର।

ମହିଳା ଜଣଙ୍କ ଆହୁରି ଲେଖିଛନ୍ତି, ମୁଁ ଜାଣିଛି ଅନେକ ମହିଳା ଏବଂ ଶକ୍ତିଶାଳୀ ଲୋକ ତାଙ୍କ ସପକ୍ଷରେ ବାହରିବେ। ଏହା କେବଳ ମୁଁ ମୋ ପାଇଁ କରୁଛି। ଅନେକ ଦିନ ହେଲା ଏହି ଦୁଃଖକୁ ମୁଁ ଚାପି ରଖିଥିଲି। ବିଶ୍ବକୁ ବୁଝାଇବା ପାଇଁ ମୁଁ ଏହା କରୁନାହିଁ । ତେଣୁ କୌଣସି ପ୍ରକାର ପ୍ରମାଣ ଦେବାକୁ ମୁଁ ଉଚିତ ମଣୁନାହିଁ। ମୁଁ ଭଲ ଜୀବନ ବଞ୍ଚିବାକୁ ଚାହୁଁଛି। ଏହାକୁ ଏହିଠାରେ ହିଁ ସାମପ୍ତ କରୁଛି ।

   Related Posts