ଆଗାମୀ କିଛି ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ : ଭାରତ ଷ୍ଟେଜ-୩ ରେ ପହଞ୍ଚିଲାଣି ନା ନାହିଁ ଜଣାପଡିବ

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩/୦୩ : ଦେଶରେ କରୋନା ବର୍ତ୍ତମାନ ଦ୍ୱିତୀୟ ଷ୍ଟେଜରେ ଅଛି | ଅର୍ଥାତ ଏବେ ଏହା ସ୍ଥାନୀୟ ସ୍ଥରରେ ସଂକ୍ରମିତ ହେଉଛନ୍ତି | ତୃତୀୟ ଷ୍ଟେଜକୁ ଆସିଲେ ସଂକ୍ରମଣ ସାମ୍ପ୍ରଦାୟିକ ସ୍ଥରରେ ପହଞ୍ଚିବ | ସାମ୍ପ୍ରଦାୟିକ ସ୍ଥରରେ ପହଁଚିଲେ ଅସୁବିଧା ବୃଦ୍ଧି ପାଇବ | ସେଥିପାଇଁ ଆଗାମୀ କିଛି ଘଣ୍ଟା ବହୁତ ମହତ୍ଵପୂର୍ଣ୍ଣ |

ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚର ବୈଜ୍ଞାନିକ ଡ.ଆର ଆର ଗଙ୍ଗାଖେଡକର କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟାରୁ ୩୬ ଘଣ୍ଟା ମଧ୍ୟରେ ଜଣାପଡ଼ିଯିବ ଯେ, କରୋନା ଭାଇରସ ଭାରତରେ କମ୍ୟୁନିଟି ଟ୍ରାନ୍ସମିଶନ ଆରମ୍ଭ କରିଛି ନା ନାହିଁ | ଏହା ପତା କରିବ ପାଇଁ ଗାଣିତିକ ମଡେଲ ଜରିଆରେ କାମ ଚାଲିଛି |

ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚରମହା ନିର୍ଦେଶକ ଡ.ବଳରାମ ଭାର୍ଗବ କହିଛନ୍ତି ଯେ, ଯଦି କରୋନା ଦେଶରେ ଷ୍ଟେଜ-୩କୁ ପହଞ୍ଚିଯାଏ ତାହେଲେ ସ୍ଥିତି ନିୟନ୍ତ୍ରଣ କରିବା ମୁସକିଲ ହୋଇଯିବ | ସେଥିପାଇଁ କରୋନାକୁ ବ୍ୟାପିବାରେ ରୋକିବାକୁ ସରକାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି |

ଯେଉଁସବୁ ରାଜ୍ୟରେ ଲକଡାଉନ ଆବଶ୍ୟକତା ରହିଛି ସେହି ଅଞ୍ଚଳ ଚିହ୍ନଟ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି | ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହିଭଳି ପଦକ୍ଷେପ ନେଇଛନ୍ତି |

ହରିୟାଣା ଝଜ୍ଜର ସ୍ଥିତ ୮୦୦ ବେଡ଼ ବିଶିଷ୍ଟ ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟକୁ କୋବିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ରିଜର୍ଭ କରାଯାଇଛି | ୧୨୦୦ ଭେଣ୍ଟିଲେଟର ଅର୍ଡର କରାଯାଇଛି |

ଗତ କିଛି ସପ୍ତାହରେ ଅନେକ ଭାରତୀୟ ବିଦେଶ ଯାତ୍ରା କରି ଫେରିଥିଲେ | ଉକ୍ତ ଭାରତୀୟମାନେ ସଂକ୍ରମଣରେ ପ୍ରଭାବିତ ଦେଶରୁ ଫେରିବା ପରେ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା | ଡ.ବଳରାମ ଭାର୍ଗଭ ମଧ୍ୟ କହିଛନ୍ତି ଯେ, ୮୦ ପ୍ରତିଶତ ମାମଲା ସାମାନ୍ୟ | ଏହି ୮୦ ପ୍ରତିଶତ ଲୋକଙ୍କୁ ସଂକ୍ରମଣ ହୋଇଥିବା ଜାଣିପାରିନଥାନ୍ତି | ୨୦ ପ୍ରତିଶତ ମାମଲାରେ କୋବିଡ-୧୯ ଯୋଗୁଁ ଜ୍ୱର, ଥଣ୍ଡା, କାଶ ହୋଇଥାଏ | ପାଖାପାଖି ୫ ପ୍ରତିଶତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ନିହାତି ଆବଶ୍ୟକ | ଗମ୍ଭୀର ଭାବେ ପୀଡିତ ଥିବା ରୋଗୀଙ୍କ ଚିକିତ୍ସା ଅଲଗା ଅଲଗା ଲକ୍ଷଣ ଆଧାରରେ କରାଯାଉଛି ବୋଲି ଡ.ଭାର୍ଗଭ ସୂଚନା ଦେଇଛନ୍ତି | କିଛି ଔଷଧକୁ ମିଶାଇ ରୋଗୀଙ୍କୁ ଦିଆଯାଉଛି | କିନ୍ତୁ ଚିକିତ୍ସାର ସଠିକ ଟୀକା ଏପର୍ଯ୍ୟନ୍ତ ବାହାର କରାଯାଇପାରିନାହିଁ | ବୈଜ୍ଞାନିକ ଓ ଡାକ୍ତର ଏ ଦିଗରେ ଉଦ୍ୟମ ଜାରି ରଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.