ଚନ୍ଦ୍ରଯାନ-୨ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ୍: ଆସନ୍ତାକାଲି ଅପରାହ୍ନ ୨ଟା ୩୪ରେ ଚନ୍ଦ୍ର ଅଭିମୁଖେ ଯାତ୍ରା

Published By : Prameya-News7 Bureau | July 21, 2019 IST

ନୂଆଦିଲ୍ଲୀ ୨୧|୭: ଚନ୍ଦ୍ରଯାନ-୨ ପାଇଁ କାଉଣ୍ଟ ଡାଉନ୍‌ । ପ୍ରାକ୍ ଉତ୍‌କ୍ଷେପଣ ଅଭ୍ୟାସ ଶେଷ ସହ ବୈଷୟିକ ତ୍ରୁଟିକୁ ସଜଡାଯାଇଛି । ଆସନ୍ତାକାଲି ଅପରାହ୍ନ ୨ଟା ୩୪ରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଚନ୍ଦ୍ରଯାନ-୨ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦେଇଛି ଏହି ସୂଚନା ।  ଯେଉଁ ବୈଷୟିକ ତ୍ରୁଟି ଯୋଗୁଁ ଜୁଲାଇ ୧୫ ତାରିଖ ଦିନ ଉତ୍ କ୍ଷେପଣ ସ୍ଥଗିତ ରଖାଯାଇଥିଲା  ତାହା ସଜାଡ଼ି ଦିଆଯାଇଛି ।

{"id":136035}

ସୋମବାର ଦିନ ୨ଟା ୩୪କୁ ଅପେକ୍ଷା।  ଅପେକ୍ଷା କରି ରହିଛି ସାରା ଦେଶ । ମହାକାଶକୁ ଯାତ୍ରା କରିବ ଚନ୍ଦ୍ରଯାନ ୨।  ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ। ମିଶନ୍‌ ଚନ୍ଦ୍ରଯାନ -୨ର ଉତ୍‌କ୍ଷେପଣ ପାଇଁ ଟିମ୍‌ ଇସ୍ରୋ ସମ୍ପୁର୍ଣ୍ଣ ପ୍ରସ୍ତୁତ । ପ୍ରାକ୍‌ ଉତ୍‌କ୍ଷେପଣ ପର୍ଯ୍ୟାୟ ସବୁ ଶେଷ ହୋଇଛି।  ବୈଷୟିକ ତ୍ରୁଟି ପାଇଁ ଜୁଲାଇ ୧୫ ତାରିଖରେ ଶେଷ ମୁହୁର୍ତ୍ତରେ ଚନ୍ଦ୍ରଯାନ୍‌-୨ର ଉତ୍‌କ୍ଷେପଣକୁ  ସ୍ଥଗିତ ରଖାଯାଇଥିଲା । ତେବେ ଏସବୁ ତ୍ରୁଟିକୁ ସଜଡ଼ା ଯାଇଛି । ଏବେ ମିଶନ୍‌ ଆରମ୍ଭ ପାଇଁ କୌଣସି ସମସ୍ୟା ନାହିଁ । 

{"id":136036}

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଚନ୍ଦ୍ରାୟନ-୨, ଚନ୍ଦ୍ରର ଅପରିଚିତ ଅଞ୍ଚଳ ଆବିଷ୍କାର କରିବ । ଏହି ମହାକାଶ ଯାନରେ ଗୋଟାଏ ଅର୍ବିଟର୍ , ଗୋଟିଏ ଲ୍ୟାଣ୍ଡର୍  ଏବଂ ଗୋଟିଏ ରୋଭର୍ ରହିଛି । ଯାହାର ସମୁଦାୟ ଓଜନ ୩. ୮ ଟନ୍ ।  ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏଏସ୍  କିରଣ କୁମାର ସୂଚନା ଦେଇଛନ୍ତି ଜୁଲାଇ ଚନ୍ଦ୍ରଯାନ ଆସନ୍ତା କାଲି ଉତ୍ କ୍ଷେପଣ ପରେ ଅଗଷ୍ଟ ୧୪ ତାରିଖରେ ଆମେ ଚନ୍ଦ୍ର ଆଡ଼କୁ ଗତି କରି ସେପ୍ଟେମ୍ବର ୬ ତାରିଖ ଦିନ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ ।

{"id":136037}

ଚନ୍ଦ୍ରଯାନ-୨ ଅଭିଯାନକୁ ପାଇଁ ମୋଟ୍‌ ୯୭୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭାରତ ଏହି ମିଶନ୍‌ରେ ସଫଳ ହେଲେ ଏଲିଟ୍ ଫେର ନେସନ୍‌ କ୍ଲବରେ ସାମିଲ । ତେଣୁ ସମସ୍ତଙ୍କର ଆଶା ଏଥର ଭାରତକୁ  ଚନ୍ଦ୍ରଜାନ -୨ ମିଶନ୍‌ରେ  ନିଶ୍ଚୟ ସଫଳ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.