ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ସହକର୍ମୀ କହିଲେ, 'ତାଙ୍କୁ ହତ୍ୟା କରାଯାଛି'

Published By : Prameya-News7 Bureau | October 23, 2020 IST

ଫୁଲବାଣୀ୨୩/୧୦: ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ବୁଧବାର ରାତି ୮ଟାରେ ଘରେ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ କହିଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପାଲଟା ଅଭିଯୋଗ କରିଛନ୍ତି ସହଯୋଗୀ ଷ୍ଟାଫ୍‌ ନର୍ସ । ଗତକାଲି ପୂର୍ବାହ୍ଣରେ ଶବ ବ୍ୟବଚ୍ଛେଦ ପରେ ସହଯୋଗୀମାନେ ସତ୍କାର କରିବାକୁ ଛାଡ଼ି ନଥିଲେ ।

{"id":349317,"sizeSlug":"large"}

ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଶବ ଅଟକାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଷ୍ଟାଫ୍‌ନର୍ସମାନେ ଏକ ଲିଖିତ ଅଭିଯୋଗ ଫୁଲବାଣୀ ଟାଉନ ଥାନାରେ ଦେଇଛନ୍ତି । ଫୁଲବାଣୀ ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଏବଂ ଅନ୍ୟ ପୁଲିସ ଅଧିକାରୀ ଉତ୍ତ୍ୟକ୍ତ ଷ୍ଟାଫ୍‌ନର୍ସଙ୍କୁ ବୁଝାସୁଝା କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ଡିପିଓ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଷ୍ଟାଫ୍‌ନର୍ସ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଥିଲେ । ପୁଲିସ ମୃତ ନର୍ସଙ୍କ ସ୍ୱାମୀ ରମାନାଥ ଦାସଙ୍କୁ ଥାନାରେ ଅଟକ ରଖିଛି ।

{"id":349318,"sizeSlug":"large"}

ପୁଲିସ ସୂତ୍ରରୁ ପ୍ରକାଶ, ଫୁଲବାଣୀ ଜିଇଡି କଲୋନୀ ସରକାରୀ କ୍ୱ୍ୱାଟର୍ସରେ ପରିବାର ସହିତ ରହୁଥିବା ଫୁଲବାଣୀ ଡାକ୍ତରଖାନାର ଷ୍ଟାଫ୍‌ ନର୍ସ ମୌସୁମୀ ମିଶ୍ର ବୁଧବାର ରାତି ୮ଟାରେ ଡ୍ୟୁଟିରେ ଯିବାକୁ ଡାକ୍ତରଖାନା ବାହାରିଥିଲେ । ଏହି ସମୟରେ ତାଙ୍କ ଘରେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ସ୍ୱାମୀ ଓ ପରିବାର ଲୋକ ମୌସୁମୀଙ୍କୁ ଡାକ୍ତରଖାନା ଆଣିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଫୁଲବାଣୀ ଟାଉନ ଥାନା ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଆଜି ସକାଳେ ମୃତଦେହ ବ୍ୟବଛେଦ ପାଇଁ ପଠାଇଥିଲା ।

ଶବ ବ୍ୟବଛେଦ ପରେ ଡାକ୍ତରଖାନାରେ କାର୍ଯ୍ୟରତ ସମସ୍ତ ଷ୍ଟାଫ ନର୍ସ ଅପରାହ୍‌ଣ ୩ଟାରେ କାର୍ଯ୍ୟବନ୍ଦ କରି ଶବ ବ୍ୟବଚ୍ଛେଦ ଗୃହରାସ୍ତା ଘେରାଉ କରିଥିଲେ । ମୌସୁମୀଙ୍କ ଶବ ସତ୍କାର କରିବାକୁ ଶ୍ମଶାନକୁ ନେବାକୁ ଦେଇନଥିଲେ । ନର୍ସମାନେ ଯୁକ୍ତି କରିଥିଲେ ଯେ ମୌସୁମୀ ଜଣେ ଭଲ କର୍ମଚାରୀ ଥିଲେ । ସେ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଘଟଣାର ତଦନ୍ତ କରି ନ୍ୟାୟ ଦେବା ପାଇଁ ଦାବି କରିଥିଲେ । ମୃତ ମୌସୁମୀଙ୍କ ଘର ଢେଙ୍କାନାଳ ଜିଲ୍ଲା । ସେ ଫୁଲବାଣୀରେ ଜିଏନ୍‌ଏମ୍‌ ତାଲିମ ନେଇ ଫୁଲବାଣୀ ଡାକ୍ତରଖାନାରେ ଚାକିରି କରୁଥିଲେ । ସେ ଫୁଲବାଣୀର ରମାନାଥ ଦାସଙ୍କୁ ବିବାହ କରିଥିଲେ । ତାଙ୍କର ଏକ ବର୍ଷର ଝିଅ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.