Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

‌ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ମୌସୁମୀ କରିଥିଲେ ପ୍ରେମ ବିବାହ, ସ୍ବାମୀଙ୍କ ସାମ୍ନାରେ ବେକରେ ରଶି ଲଗାଇଥିଲେ କି ? ଯଦି ନା…

23/10/2020 at 10:24 AM

ଫୁଲବାଣୀ୨୩/୧୦: ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ବର୍ତ୍ତମାନ କନ୍ଧମାଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘର ଲୋକଙ୍କ ବିରୋଧ ସତ୍ତ୍ବେ ମୌସୁମୀ ପ୍ରେମ ବିବାହ କରିଥିଲେ। ସେ ନିଜ ବାପଘର ସହ ସଂପର୍କ ତୁଟାଇ ଏକ ବର୍ଷ ଝିଅ ଏବଂ ସ୍ବାମୀ ସହ ରହୁଥିଲେ। ହେଲେ ହଠାତ୍ ମୌସୁମୀ ବେକରେ ରଶି ଲଗାଇ ଆତ୍ମହତ୍ୟା ଘଟଣାକୁ ତାଙ୍କ ସହକର୍ମୀମାନେ ହଜମ କରୁପାରୁ ନାହାନ୍ତି।

ପ୍ରତିଦିନ ଭଳି ସେହିଦିନ ବି ରାତି ୮ଟାରେ ସେ ଡ୍ୟୁଟିକୁ ବାହାରିଥିଲେ। ହେଲେ ଏମିତି ହଠାତ୍ କଣ ହେଲା ଯେ, ମୌସୁମୀ ଆତ୍ମହତ୍ୟା କରି ଦେଲେ। କୁହାଯାଉଛି ଯେ, ଡ୍ୟୁଟିକୁ ବାହାରିବା ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ହେଲେ ଏତେ କମ୍‌ ସମୟ ମଧ୍ୟରେ ମୌସୁମୀ  ଏଭଳି ଚରମ ନିଷ୍ପତ୍ତି କିପରି ନେଲେ। ସ୍ବାମୀଙ୍କ ଉପସ୍ଥିତିରେ ସେ ବେକରେ ରଶି ଲଗାଇଥିଲେ କି? ଯଦି ନା ତେବେ ଏତେ କମ୍‌ ସମୟରେ, ସେ କେମିତି ଆତ୍ମହତ୍ୟା କଲେ? ଯଦି ହଁ ସ୍ବାମୀ ତାଙ୍କୁ କାହିଁକି ପ୍ରତିବାଦ କଲେ ନାହିଁ। ମୌସୁମୀଙ୍କ ସହକର୍ମୀଙ୍କ କଥା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି, ସେମାନେ କହିଛନ୍ତି, ସେ ଜଣେ ଭଲ କର୍ମଚାରୀ ଥିଲେ, ସେ କେବେ ଆତ୍ମହତ୍ୟା କରିବେ ନାହିଁ। ତାଙ୍କୁ  ହତ୍ୟା କରାଯାଇଛି।

ସେମାନେ ଏପରି କହିବାର କାରଣ କିଛି ଥାଇପାରେ, କାହିଁକି ନା ଯେହେତୁ, ସେମାନେ ମୌସୁମୀଙ୍କ ସହକର୍ମୀ, ସେ ନିଶ୍ଚିତ ଭାବେ ସେମାନଙ୍କ ସହ ଦୁଃଖସୁଖ ସେୟାର କରୁଥିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ମତାମନ୍ତର କଥା ନିଶ୍ଚିତ କହିଥିବେ। ଘରେ ଏକ ବର୍ଷର ଝିଅକୁ ଛାଡି ଚାଲିଯିବା କଥା ସେ କେବେ ଚିନ୍ତା କରି ପାରିବେ ନାହିଁ ବୋଲି ସହକର୍ମୀମାନେ କହିଛନ୍ତି।

ଏପରି କି ମୌସୁମୀ ପ୍ରେମ ବିବାହ କରିବା ପରେ ନିଜ ବାପଘର ସହ କୌଣସି ସଂପର୍କ ରଖି ନଥିଲେ। ତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଥାନାରେ ମଧ୍ୟ ଏତଲା ଦିଆଯାଇ ନାହିଁ। ତେବେ ପ୍ରକୃତ ଦୋଷୀ କିଏ? ସେ କାହିଁକି ଆତ୍ମହତ୍ୟା କଲେ ନା ତାଙ୍କୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ।

ସୂଚନାଥାଉକି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ​ସେ ଫୁଲବାଣୀରେ ଜିଏନ୍‌ଏମ୍‌ ତାଲିମ ନେଇ ଫୁଲବାଣୀ ଡାକ୍ତରଖାନାରେ ଚାକିରି କରୁଥିଲେ । ସେ ଫୁଲବାଣୀର ରମାନାଥ ଦାସଙ୍କୁ ବିବାହ କରିଥିଲେ । ତାଙ୍କର ଏକ ବର୍ଷର ଝିଅ ଅଛି ।

   Related Posts