Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସ୍ତ୍ରୀର ଶବ ସ୍ବାମୀ ବୋହିବା ଘଟଣା : ଷ୍ଟାଫ୍ ନର୍ସ ଓ ଆଟେଣ୍ଡାଣ୍ଟ ସସ୍‌ପେଣ୍ଡ, ହେଲ୍ପ ଡେକ୍ସ କର୍ମଚାରୀ ବହିଷ୍କୃତ

2/07/2021 at 5:31 PM

କନ୍ଧମାଳ ୨।୭: ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ମହିଳାଙ୍କ ଶବକୁ ତାଙ୍କ ସ୍ବାମୀ ଦୁଇ ମହଲାରୁ ମହାପ୍ରଣୟାଣ ଗାଡି ପାଖକୁ ବୋହି ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଷ୍ଟାଫ୍ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ ନିଲମ୍ବିତ କରାଯାଇଛି । ହେଲ୍ପ ଡେକ୍ସର କର୍ମଚାରୀ ଅଜିତ କୁମାର କହଁରଙ୍କୁ ବହିଷ୍କାର କରାଯାଇଛି ।  ଏନେଇ ସିଡିଏମଓ ରାଜଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ଫିରିଙ୍ଗିଆ ଅଞ୍ଚଳର ମୋଦିଙ୍ଗିଆ ଗ୍ରାମର ବାଳକୃଷ୍ଣ କହଁରଙ୍କ ସ୍ତ୍ରୀ ରୁତୁମତୀ ଆଜମା ଥିବା ଯୋଗୁଁ ୨୯ରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଚାରି ଘଣ୍ଟା ଧରି ଶବ ପଡିବା ପରେ କେହି କାନ୍ଧ ଦେବାକୁ ଆସିନଥିଲେ । ଶେଷରେ ମହାପରାୟଣ ଗାଡ଼ି ମିଳିବା ପରେ ଶବକୁ ତାଙ୍କ ସ୍ଵାମୀ ନିଜ ହାତରେ ବୋହି ଆଣିଥିଲେ । ଏହିଭଳି ଘଟଣା ସାରା କନ୍ଧମାଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ ଦୁଃଖ ପ୍ରକାଶ କରିବା ସହ ତଦନ୍ତ କରିବେ ବୋଲି କହିଛନ୍ତି ।

   Related Posts