Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

SSR ଡେଥ୍ ଆନିଭର୍ସରୀ: ମୃତ୍ୟୁର ୨ ଦିନ ପୂର୍ବରୁ ରୁମି ଜାଫ୍ରିଙ୍କ ସହ କଥା ହୋଇଥିଲେ ସୁଶାନ୍ତ, ଆଗାମୀ ଫିଲ୍ମକୁ ନେଇ ହୋଇଥିଲା ଆଲୋଚନା

14/06/2021 at 9:37 AM

ନୂଆଦିଲ୍ଲୀ ୧୪/୦୬: ଆଜି ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ତାଙ୍କ ଫ୍ୟାନ୍ସ ଏବଂ ସାଙ୍ଗମାନେ ତାଙ୍କୁ ମନେ ପକାଇଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ରୁମି ଜାଫ୍ରି ମଧ୍ୟ ତାଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ ସୁଶାନ୍ତ ପ୍ରାୟତଃ ତାଙ୍କ ପତ୍ନୀଙ୍କ ହାତ ରନ୍ଧା ଖାଦ୍ୟ ଖାଇବାକୁ ଆସୁଥିଲେ ଏବଂ ବହୁତ କଥା ହେଉଥିଲେ। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଅଭିନେତାଙ୍କ ମୃତ୍ୟୁର ଦୁଇ ଦିନ ପୂର୍ବରୁ ସୁଶାନ୍ତଙ୍କ ସହ ତାଙ୍କର ଶେଷ ବାର୍ତ୍ତାଳାପ ହୋଇଥିଲା।

ଏକ ଇଣ୍ଟରଭ୍ୟୁରେ ରୁମି ଜାଫ୍ରି କହିଛନ୍ତି, “ଏହା ଏକ ବିଶେଷ ପ୍ରକାରର ବନ୍ଧନ ଥିଲା ଏବଂ ଆମେ କେବେ କୌଣସି ଫଟୋ କ୍ଲିକ୍ କରିନାହୁଁ। ସୁଶାନ୍ତ ମୋ ପତ୍ନୀଙ୍କ ହାତ ରନ୍ଧା ଖାଦ୍ୟକୁ ବହୁତ ଭଲ ପାଉଥିଲେ ଏବଂ ପ୍ରାୟତଃ ଘରେ ରନ୍ଧା ଖାଦ୍ୟ ଖାଇବାକୁ ଆସୁଥିଲେ । ଜୀବନ ନିଷ୍ଠୁର ଅଟେ। ଏକ ବର୍ଷ ପୂର୍ବେ ଆମେ ତାଙ୍କ ସହ କଥା ହେଉଥିଲୁ ଏବଂ ଆଜି ଆମେ ତାଙ୍କ ବିଷୟରେ କହୁଛୁ। “

ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କର ଶେଷ ବାର୍ତ୍ତାଳାପକୁ ମନେ ପକାଇ ରୁମି ଜାଫ୍ରି କହିଛନ୍ତି, “ସୁଶାନ୍ତ ଏବଂ ମୁଁ ଏକ ବର୍ଷ ପୂର୍ବେ ଜୁନ୍ ୧୨ ରେ ଅପରାହ୍ନ ୩ ଟା ସମୟରେ କଥା ହୋଇଥିଲୁ ଏବଂ ଏହା ଆମର ଶେଷ ବାର୍ତ୍ତାଳାପ ଥିଲା।” ସେ କହିଛନ୍ତି ଯେ ତାଙ୍କ ଫିଲ୍ମ ମେ ୨୦୨୦ ରେ ଆରମ୍ଭ ହେବାକୁ ଥିଲା।

ରୁମି ଜାଫ୍ରି କହିଛନ୍ତି, “ଫିଲ୍ମର ସଙ୍ଗୀତ ସମେତ ଆମ ପାଖରେ ସବୁକିଛି ଥିଲା। ମାର୍ଚ୍ଚରେ ଯେତେବେଳେ ଲକଡାଉନ୍ ଘୋଷଣା କରାଯାଇଥିଲା ସେତେବେଳେ ସୁଶାନ୍ତ ସିଂ ରାଜପୁତ ଫିଲ୍ମର ସୁଟିଂକୁ ନେଇ ଟିକେ ଚିନ୍ତିତ ଥିଲେ। ଏପ୍ରିଲ୍ ଶେଷ ସୁଦ୍ଧା ଆମେ ସମସ୍ତେ ସ୍ୱାଭାବିକ ହେବା ଆଶା କରିଥିଲୁ। କିନ୍ତୁ ଲକଡାଉନ୍ ବଢିବାକୁ ଲାଗିଲା। “

ରୁମି ଜାଫ୍ରି ପ୍ରକାଶ କରିଛନ୍ତି ଯେ କୋଭିଡ୍-୧୯ ସମୟରେ ଏକ ରୋମାଣ୍ଟିକ୍ କମେଡି ସୁଟିଂ କରିବା କଷ୍ଟକର ହୋଇଥାନ୍ତା ତେଣୁ ସେ ସୁଶାନ୍ତଙ୍କ ସହ ଆଉ ଏକ ଛୋଟ ଫିଲ୍ମ ନିର୍ମାଣ ପାଇଁ କାମ କରୁଥିଲେ । ସେ କହିଛନ୍ତି, “ଯେତେବେଳେ ଜିନିଷଗୁଡିକ ବିଳମ୍ବ ହେବାକୁ ଲାଗିଲା, ସୁଶାନ୍ତ ମୋତେ କିଛି ଏପରି ଖୋଜିବାକୁ କହିଥିଲେ ଯାହା ଅପେକ୍ଷାକୃତ ଛୋଟ ହୋଇଇବ, ଯାହାକୁ ଆମେ ଏକ ଛୋଟ ୟୁନିଟ୍ ସହିତ ସୁଟିଂ କରିପାରିବା। ରାଜେଶ ଖାନ୍ନାଙ୍କ ଇଟ୍ଟଫାକ୍ ପରି କିଛି । ଆମେ ଏକ କାହାନୀର ଖୋଜାଖୋଜି କରୁଥିଲୁ। ଏହି ବାର୍ତ୍ତାଳାପ ଗତ ବର୍ଷ ମେ ମାସ ଶେଷରେ ହୋଇଥିଲା। “

   Related Posts