Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସୁଶାନ୍ତ କେସ୍‌ର ଯାଞ୍ଚ ପାଇଁ ମୁମ୍ବାଇ ଯିବାକୁ ଥିବା ସିବିଆଇ ଟିମ୍‌କୁ ମଧ୍ୟ କରାଯିବ କ୍ଵାରେଣ୍ଟାଇନ୍ ? ବିଏମସି ରଖିଲା ଏହି ନିୟମ

19/08/2020 at 9:40 PM

ମୁମ୍ବାଇ ୧୯।୦୮: ସୁପ୍ରିମକୋର୍ଟ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେସର ତଦନ୍ତ ଦାୟିତ୍ଵ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ପ୍ରଦାନ କରିଛନ୍ତି। ଏହି  ବହୁ ଚର୍ଚ୍ଚିତ ମାମଲାର ତଦନ୍ତ କରୁଥିବା ମୁମ୍ଵାଇ ପୋଲିସକୁ ଏ ପର୍ଯ୍ୟନ୍ତ ଯୋଗାଡ କରିଥିବା ସମସ୍ତ ପ୍ରମାଣ ଓ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ତଦନ୍ତରେ ସିବିଆଇକୁ ସହଯୋଗ କରିବାକୁ ମୁମ୍ବାଇ ପୋଲିସକୁ କୁହାଯାଇଛି। ଏବେ ତଦନ୍ତ ପାଇଁ ସିବିଆଇର ଏକ ଟିମ୍ ମୁମ୍ବାଇ ଯିବେ। ଏବେ ପ୍ରଶ୍ନ ଉଠୁଛି କଣ ମୁମ୍ବାଇ ପୋଲିସ ସିବିଆଇ ଟିମ୍‌କୁ ମଧ୍ୟ କ୍ଵାରେଣ୍ଟାଇନ କରିବ ? ଯେମିତି ବିହାର  ଏସପି ବିନୟ ତିଓ୍ଵାରୀଙ୍କ ସହିତ କରିଥିଲା।

ଏହା ମଧ୍ୟରେ ବିଏମସି କମିସନର କହିଛନ୍ତି ଯଦି ସିବିଆଇ ଟିମ୍‌ ସାତ ଦିନରୁ ଅଧିକ ସମୟ ପାଇଁ ମୁମ୍ବାଇ ଆସନ୍ତି ତେବେ ସେମାନଙ୍କୁ ଅନୁମତି ନେବାକୁ ପଡିବ। ଅନୁମତି ନନେଲେ କ୍ଵାରେଣ୍ଟାଇନ୍‌କୁ ରିହାତି ମିଳିବ ନାହିଁ। ବିଏମସି କମିସନର ଇକବାଲ ସିଂହ କହିଛନ୍ତି ଯଦି ସିବିଆଇ ଟିମ୍ ସାତ ଦିନ ପାଇଁ ଆସେ ଏବଂ ଫେରିବାର ସମୟ ପୂର୍ବରୁ ନିର୍ଦ୍ଧାରିତ ଅଛି ତେବେ ସ୍ଵତଃପ୍ରବୃତ ଭାବେ ସେମାନଙ୍କୁ କ୍ଵାରେଣ୍ଟାଇନ୍‌ରୁ କୋହଳ ମିଳିବ। ମାତ୍ର ଟିମ୍ ଯଦି ସାତ ଦିନରୁ ଅଧିକ ସମୟ ରହେ ତେବେ ସେମାନଙ୍କୁ କ୍ଵାରେଣ୍ଟାଇନ୍‌ରୁ କୋହଳ ପାଇବାକୁ ହେଲେ ଇମେଲ କରି ଅନୁମତି ମାଗିବାକୁ ପଡିବ। ଏମିତି ହେଲେ ଆମେ ସିବିଆଇକୁ କ୍ଵାରେଣ୍ଟାଇନ୍‌କୁ ରିହାତି ଦେଇ ପାରିବୁ।

ଏହା ପୂର୍ବରୁ ପାଟନା ଏସପି  ବିନୟ ତିଓ୍ଵାରୀ  ଯେବେ ତଦନ୍ତ ପାଇଁ ମୁମ୍ବାଇ ପହଞ୍ଚିଥିଲେ ତେବେ ତାଙ୍କୁ ବିଏମସି ଅଧା ରାତିରେ କ୍ଵାରେଣ୍ଟାଇନ୍‌ କରିଥିଲା। ଏହାକୁ ନେଇ ପ୍ରବଳ ହଙ୍ଗାମା ମଧ୍ୟ ହୋଇଥିଲା। ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିହାର ପୋଲିସର ତଦନ୍ତକୁ ରୋକିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା। ବିଏମଏସିର ଏହି ପଦକ୍ଷେପକୁ ବହୁତ ସମାଲୋଚନା କରାଯାଇଥିଲା।

ବୁଧବାର ରିୟା ଚକ୍ରବର୍ତ୍ତୀଙ୍କ ଯାଚିକା ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ମୁମ୍ଵାଇ ପୋଲିସ ଅଦାଲତରେ ଯାହା ସବୁ ତଥ୍ୟ ପ୍ରମାଣ ଉପସ୍ଥାପନ କରିଛନ୍ତି ପ୍ରଥମ ଦୃଷ୍ଟତାରେ ସେଥିରେ କୌଣସି ପ୍ରକାରର ଗଡବଡ ପରିଲଖିତ ହେଉ ନାହିଁ। ମାତ୍ର ମୁମ୍ଵାଇରେ ବିହାର ପୋଲିସର ଟିମ୍‌କୁ ଅଟକାଯିବା ଉଚିତ୍ ନଥିଲା କାରଣ ଏମିତି କରିବାରୁ ମୁମ୍ଵାଇ ପୋଲିସ ତରଫରୁ କରାଯାଉଥିବା ତଦନ୍ତର ପ୍ରାମାଣିକତା ଉପରେ ସନ୍ଦେହ ଉପୁଜିଛି।

   Related Posts