ରାଜାମୌଲୀଙ୍କ RRRର ସୁଟିଂ ପୁଣି ଥରେ ଆରମ୍ଭ, ଜୁନିୟର ଏନଟିଆର, ରାମଚରନଙ୍କ ସହିତ ଫିଲ୍ମରେ ନଜର ଆସିବେ ଅଜୟ ଦେବଗନ

Published By : Prameya-News7 Bureau | October 06, 2020 IST

ହାଇଦ୍ରାବାଦ ୦୬।୧୦: ଏସଏସ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ର ସୁଟିଂ କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ୍‌ କାରଣରୁ ବନ୍ଦ ରହିଥିଲା। ଏବେ ପୁଣି ଥରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଅକ୍ଟୋବର ୫ରୁ ହାଇଦ୍ରାବାଦରେ ଫିଲ୍ମର କଳାକାର ଓ କ୍ରୁ ମେମ୍ବର୍ସର ପ୍ରମୁଖ ସଦସ୍ୟଙ୍କ ସହିତ ପୁଣି ଥରେ ଫିଲ୍ମର କାମ ଆରମ୍ଭ ହୋଇ ଯାଇଛି।

ଏହି ବିଷୟରେ ସୂଚନା ଦେଇ ନିର୍ଦ୍ଦେଶକ ରାଜାମୌଲି କହିଛନ୍ତି, ଏହା ଆମ ପାଇଁ ବହୁତ ଲମ୍ବା ବ୍ରେକ୍ ଥିଲା ଏବଂ ଏହି ସମୟ ଫିଲ୍ମର ପ୍ରତିଟି ଦିଗକୁ ଆହୁରି ସୁନ୍ଦର କରିବାରେ ବେଶ୍ ସହାୟକ ହୋଇଛି। ପୂରା ଟିମ୍ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଓ ପୁଣି ଥରେ କାମ ଆରମ୍ଭ କରିବାକୁ ସମସ୍ତେ ତତ୍ସାହିତ। ମୁଁ ଦର୍ଶକଙ୍କୁ ଫିଲ୍ମ ଦେଖାଇବାକୁ ଅପେକ୍ଷା କରି ରହିଛି। ଏହି କଠିନ ସମୟରେ ଦର୍ଶକଙ୍କ ସମର୍ଥନ ଅବିଶ୍ଵସନୀୟ ରହିଛି ଏବଂ ପୂରା ଟିମ୍ ସେମାନଙ୍କର ଅପାର ସମର୍ଥନ ପାଇଁ କୃତଜ୍ଞ।

wp:html /wp:html

ଏସଏସ ରାଜାମୌଲୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଆରଆରଆର ସର୍ବଭାରତୀୟ ଫିଲ୍ମ। ଏହା ଡିଭିଭି ଦାନୟା ଦ୍ଵାରା ଡିଭିଭି ଏଣ୍ଟରଟେନମେଣ୍ଟ୍ସ ବ୍ୟାନରରେ ନିର୍ମିତ ହେଉଛି। ଫିଲ୍ମରେ ଜୁନିୟର ଏନଟିଆର, ରାମ ଚରଣ, ଅଜୟ ଦେବଗନ, ଆଲିଆ ଭଟ୍ଟ, ଅଲିଭିୟା ମରିସ ସହିତ ଅନେକ କଳାକାର ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଏହା ଏକ କାଳ୍ପନିକ କାହାଣୀ ଯାହା ଭାରତର ସ୍ଵାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ ଓ କୋମାରାମ ଭୀମ ଉପରେ ପର୍ଯ୍ୟବେସିତ। ଦୁଇ ସ୍ଵାଧୀନତା ସଂଗ୍ରାମୀ କ୍ରମଶଃ ବ୍ରିଟିଶ ରାଜ ଓ ହାଇଦ୍ରାବା ନିଜାମ ବିରୋଧରେ ଲଢିଥିଲେ।

ଏହି ଫିଲ୍ମ ଅନେକ ଭାରତୀୟ ଭାଷା ସହିତ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟଲମ ଓ କନ୍ନଡରେ ରିଲିଜ୍ ପାଇଁ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.