ବୁଗୁଡ଼ା ଏସଏସ ଚିଟ ଫଣ୍ଡ ସଂସ୍ଥାର ମୁଖ୍ୟଙ୍କ ସମେତ ୬ଜଣ ଦୋଷୀ ସାବ୍ୟସ୍ତ: ସନ୍ତୋଷ ତିଆଡ଼ିଙ୍କୁ ୫ବର୍ଷ ଓ ୧୧ ଲକ୍ଷ ଟଙ୍କା ଜୋରିମାନା

Published By : Prameya-News7 Bureau | December 27, 2018 IST

ଗଂଜାମ ୨୭/୧୨ : ଗଂଜାମ ଜିଲ୍ଲା ବୁଗୁଡ଼ା ଅଂଚଳରେ ଏସେସ ଓ କ୍ରେଡିଟ କୋଅପରେଟିଭ ପ୍ରାଇଭେଟ ଲିମିଟେଡ଼ ନାଁରେ ଚିଟ ଫଣ୍ଡ ସଂସ୍ଥାର ମୋଟ ୭ ଜଣଙ୍କୁ ଆଜି ବ୍ରହ୍ମପୁର ସ୍ୱତନ୍ତ୍ର ଚିଟ ଫଣ୍ଡ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି | ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା | ସଂସ୍ଥାର ମୁଖ୍ୟ ସନ୍ତୋଷ ତିଆଡ଼ିଙ୍କୁ ୫ ବର୍ଷ, ଏବଂ ଅନ୍ୟ ୬ଜଣଙ୍କୁ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡ ବିଧାନ କରିଛନ୍ତି ସ୍ୱତନ୍ତ୍ର ଚିଟ ଫଣ୍ଡ କୋର୍ଟ | ସନ୍ତୋଷ ତିଆଡ଼ିଙ୍କ ପତ୍ନୀ ସ୍ୱୈଉଦାମିନୀ ତ୍ରିପାଠୀ, ପୁଅ ଶେଖର ସୁମନ ତିଆଡ଼ି, ଦୁଇ ପାର୍ଟନର, ଟି.ସଂଜୀବ ପାତ୍ର ଓ ଟି. ରାଜୀବ ପାତ୍ରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି | ଅପରପକ୍ଷରେ ସଂସ୍ଥାର ଦୁଇ ଜଣ ଏଜେଣ୍ଟ କୁନା ବେହେରା ଓ ଶୁଶାଣି ଶତପଥୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି | ସ୍ୱତନ୍ତ୍ର ଚିଟ ଫଣ୍ଡ କୋର୍ଟର ବିଚାରପତି ରଞ୍ଜନ କାନୁନଗୋ ଏହି ରାୟ ପ୍ରକାଶ କରିଛନ୍ତି |

{"id":67841}


ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଏହି ସଂସ୍ଥା ଠକେଇ କରୁଥିବା ଅଭିଯୋଗ ହୋଇଥିଲା | ସେତେବେଳେ ପୋଲିସ ସନ୍ତୋଷ ତିଆଡ଼ି ଓ ଅନ୍ୟ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା | କୋର୍ଟରେ ଅନ୍ୟ ୬ଜଣଙ୍କୁ ଜାମିନ ମିଳିଥିବାବେଳେ ସନ୍ତୋଷ ତିଆଡ଼ିଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଥିଲା | ସନ୍ତୋଷ ତିଆଡ଼ି ଏବେ ମଧ୍ୟ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି | ଆଜି ସନ୍ତୋଷ ତିଆଡ଼ିଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୧୧ ଲକ୍ଷ ଟଙ୍କା ଜୋରିମାନା ହୋଇଛି | ଜୋରିମାନା ଅର୍ଥ ଆଦାୟ ପରେ କ୍ଷତି ଜେସ ଜମାକାରୀଙ୍କୁ ଟଙ୍କା ଫେରସ୍ଥ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି | ସେହିଭଳି ଅନ୍ୟ ୬ଜଣଙ୍କୁ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହିତ ୨ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.