Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଜି ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ, ବିଭିନ୍ନ ବିକାଶମୂଳକ କାର୍ଯ୍ୟର କରିବେ ସମୀକ୍ଷା

24/01/2021 at 9:21 AM

ହରିଦ୍ୱାର,୨୪/୦୧:  ରବିବାର ଭାରତ ଦେଖିବ ଦିନିକିଆ ମୁଖ୍ୟମନ୍ତ୍ରୀ । ୨୪ଘଣ୍ଟା ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହରିଦ୍ୱାରରର ଜଣେ କଲେଜ ପଢ଼ୁଆ ଛାତ୍ରୀ ସୃଷ୍ଟି ଗୋସ୍ବାମୀ । ହିନ୍ଦୀ ଫିଲ୍ମ ନାୟକରେ ଅନୀଲ କପୁର ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୪ଘଣ୍ଟା ଭିତରେ ଜଣେ ସିଏମ୍ କେମିତି ପୂରା ସିଷ୍ଟମକୁ ସୁଧାରିବାର ଦକ୍ଷତା ରଖୁଛନ୍ତି ତାର କାହାଣୀ ସମସ୍ତେ ଦେଖିଥିଲେ ।

ହେଲେ ରିଲ୍ ନୁହେଁ ରିୟଲ ଲାଇଫରେ କେହି ୨୪ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ରବିବାର ମହିଳା ଦିବସ ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବେ ସୃଷ୍ଟି । ଏନେଇ ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ସ୍ବୀକୃତି ପ୍ରଦାନ କରିଛନ୍ତି । ହରିଦ୍ବାର ଦୌଲତପୁରର ସୃଷ୍ଟି ଗୋସ୍ବାମୀ ବିଏସଏସ ପିଜି କଲେଜର ବିଏସସି ଏଗ୍ରିକଲଚରର ସପ୍ତମ ସେମିଷ୍ଟାରର ଛାତ୍ରୀ । ୨୦୧୮ ମେ ମାସରେ ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମହିଳା ଦିବସରେ ସୃଷ୍ଟିକୁ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଚାହିଁଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ।

ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିବେ ସୃଷ୍ଟି ଗୋସ୍ବାମୀ । ସିଏମ ସୃଷ୍ଟିଙ୍କ ଏହି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ୫ମିନିଟ୍ ଲେଖାଏଁ ସମୟ ଦିଆଯିବ । ସେମାନେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରେଜେଣ୍ଟେସନ ଦେବେ । କାର୍ଯ୍ୟକ୍ରମରେ ସମସ୍ତ ଅଫିସର ଉପସ୍ଥିତ ରହିବେ ।.

ସୃଷ୍ଟି ହରିଦ୍ୱାରର ଦୌଲତପୁରରେ ରୁହନ୍ତି । ସେଠାରେ ସେ ବିଏସଏମ ପିଜି କଲେଜରେ ବିଏସସି ଏଗ୍ରିକଲଚରର ସପ୍ପମ ସେମିଷ୍ଟରର ଛାତ୍ରୀ । ସେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ବାଳିକା ଦିବସରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇ ସାରିଛନ୍ତି । ମେ ୨୦୧୮ରେ ସେ ଉତରାଖଣ୍ଡ ବାଲ୍ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସୃଷ୍ଟିଙ୍କ ପିତା ପ୍ରବୀଣ ବ୍ୟବସାୟୀ ହୋଇଥିବା ବେଳେ ମା ସୁଧା ଗୋସ୍ୱାମୀ ଗୃହିଣୀ ଅଟନ୍ତି ।

   Related Posts