Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଆଇସିଏସଇ ୧୦ମ ଶ୍ରେଣୀରେ ନୂଆପଡା ଟପ୍ପର ସୃଷ୍ଟି ବଂଶଲ, IAS ହେବା ତାଙ୍କ ଜୀବନର ଲକ୍ଷ୍ୟ

13/07/2020 at 3:16 PM

ନୂଆପଡ଼ା ୧୩।୦୭: ଚଳିତ ବର୍ଷ ଆଇସିଏସଇ ୧୦ଶ୍ରେଣୀ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ସୃଷ୍ଟି ବଂଶଲ ୯୪ପ୍ରତିଶତ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ତେବେ ଟପ୍ପର ହେବା ଖବର ଶୁଣି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଛା ଦେବା ସହ ଅଭିନନ୍ଦନ ଜଣାଇଛନ୍ତି ।

ସୃଷ୍ଟି ଵଂଶଲ ନୂଆପଡା ଜିଲ୍ଲାର ଖରିଆର ରୋଡ଼ର ନବଜ୍ୟୋତି ବିଦ୍ୟାଳୟରେ ପାଠ ପଢୁଥିଲେ । ଏହି ବିଦ୍ୟାଳୟରେ ସେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠପଢି ଆସୁଥିଲେ । ତେବେ ଚଳିତ ବର୍ଷ ସୃଷ୍ଟି ଆଇସିଏସଇ ୧୦ଶ୍ରେଣୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୯୪ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ।  ଜିଲ୍ଲା ପାଇଁ ସେ ଗୌରବ ଆଣିଛନ୍ତି ବୋଲି ସାଧାରଣଲୋକେ କହୁଛନ୍ତି । ତେବେ ଆଗୀମା ଦିନରେ ସେ  ଆଇଏଏସ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଖୁବ୍‌ ପାଠପଢିବା ସହ କଠିନ ପରିଶ୍ରମ କରିବାକୁ  ସୃଷ୍ଟି କହିଛନ୍ତି ।

ଖରିଆର ରୋଡ଼ ନିବାସୀ ସୃଷ୍ଟି ବଂଶଲଙ୍କ ବାପା ଭରତ ବଂଶଲ ଓ ମା କବିତା ବଂଶଲ ବେଶ ଖୁସି ଜାହିର କରିଛନ୍ତି । ସେହିପରି ଜିଲ୍ଲାର ଅଗ୍ରୱାଲ ସମାଜ ମଧ୍ୟରେ ଖୁସିର ଲହରୀ ଖେଳିଯାଛି ବୋଲି ଖରିଆର ରୋଡ଼ ଅଗ୍ରୱାଲ ସମାଜ ମହିଳା ମଣ୍ଡଳର ସଭାପତି ସୁଷମା ଗୁପ୍ତା କହିଛନ୍ତି । ସୃଷ୍ଟି ପିଲାଦିନୁ ଭଲ ପାଠପଢିବା ସହ କଠିନ ପରିଶ୍ରମ କରିଥାନ୍ତି । ପାଠ ପ୍ରତି ତାଙ୍କର  ରୁଚି ରହିଥିବା ବେଳେ  ସେ ଆଗାମୀ ଦିନରେ ଭଲ ପାଠପଢି ଦକ୍ଷତା ଓ ଜନକଲ୍ୟାଣ ଅଫିସର ହୋଇ ଜନସାଧରଣଙ୍କ ପାଇଁ କାମ କରିବେ ବୋଲି ସ୍ୱପ୍ନ ରଖିଛନ୍ତି। ଖରିଆର ରୋଡ଼ ନବଜ୍ୟୋତି ବିଦ୍ୟାପୀଠର ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ସୃଷ୍ଟିଙ୍କୁ ଶୁଭେଛା ଜଣାଇଛନ୍ତି ।

   Related Posts